କନକ ବ୍ୟୁରୋ: ଉତ୍ତରପ୍ରଦେଶ ଉନ୍ନାଓରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି। ଏଥିରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଏକ କ୍ଷୀର ଟ୍ୟାଙ୍କର ଉପରକୁ ମାଡ଼ି ଯାଇଛି ଯାତ୍ରୀବାହି ବସ୍। ବିହାରରୁ ଦିଲ୍ଲୀ ଯାଉଥିବା ବେଳେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଏକ କ୍ଷୀର ଟ୍ୟାଙ୍କରକୁ ଓଭରଟେକ୍ କରିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଯାତ୍ରୀବାହି ବସରେ ଅଧିକାଂଶ ଶ୍ରମିକ ଯାତ୍ରା କରୁଥିବା ସୂଚନା ମିଳିଛି। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।
ଉତ୍ତରପ୍ରଦେଶ ଉନ୍ନାଓରେ ବଡ଼ ଧରଣର ବସ୍ ଦୁର୍ଘଟଣା; ୧୮ଜଣଙ୍କର ମୃତ୍ୟୁ, ୧୯ଜଣ ଗୁରୁତର ଆହତ ।
/kanak/media/post_attachments/wp-content/uploads/2024/07/bus-acc.jpg)