ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଫେବୃୟାରୀ ୧୮ ତାରିଖରେ ଏକ ଏନକାଉଣ୍ଟରରେ ସେନାର ୪ ଜଣ ଯବାନ ସହିଦ୍ ହୋଇଯାଇଥିଲେ । ଜୈସ-ଏ-ମହମ୍ମଦ ସହ ହୋଇଥିବା ଏହି ସଂଘର୍ଷରେ ମେଜର୍ ବିଭୂତି ଢୋଢିଆଲ୍ ମଧ୍ୟ ସହିଦ ହୋଇଯାଇଥିଲେ । ମେଜର୍ ବିଭୂତିଙ୍କ ବିବାହ ୧୦ ମାସ ପୂର୍ବେ ହିଁ ହୋଇଥିଲା । ଏପ୍ରିଲ୍ ୧୯ ତାରିଖରେ ତାଙ୍କର ପ୍ରଥମ ବିବାହ ବାର୍ଷିକୀ ଉତ୍ସବ ପାଳନ ହୋଇଥାନ୍ତା । ଏବେ ସୋସିଆଲ୍ ମିଡିଆରେ ସହିଦ୍ ମେଜରଙ୍କ ବିବାହର ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓରେ ସେ ପତ୍ନୀ ନିକିତାଙ୍କ ସହ ଡ୍ୟାନ୍ସ କରୁଛନ୍ତି । ଉତ୍ତରାଖଣ୍ଡର ଡେରାଡୁନରେ ଜନ୍ମିତ ସହିଦ୍ ମେଜର୍ ବିଭୂତିଙ୍କ ଅନ୍ତିମ ସମୟରେ ପତ୍ନୀ ନିକିତାଙ୍କ ଧର୍ଯ୍ୟ ଏବଂ ଶେଷ ସମୟରେ ସ୍ୱାମୀଙ୍କୁ କହିଥିବା ଏକ ସ୍ପିଚ୍ ଶୁଣିବା ପରେ ପୁରା ଦେଶ ଏହି ମହିଳାଙ୍କୁ ସଲାମ୍ ଜଣାଇଥିଲା । ବାହାଦୂର ସ୍ୱାମୀର ବାହାଦୂର ସ୍ତ୍ରୀ କହି କିଛି ଲୋକ ସମ୍ବୋଧନ କରିଥିଲେ ।
ଏହି ଭିଡିଓ ପୂର୍ବରୁ ମେଜର୍ ବିଭୂତିଙ୍କ ଅନ୍ତିମ ଯାତ୍ରା ସମୟର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା । ଯେଉଁଥିରେ ପତ୍ନୀ ନିକିତା ସ୍ୱାମୀଙ୍କୁ ଦେଖି କହୁଛନ୍ତି , ଯେ ତୁମେ ମୋତେ ମିଛ କହିଥିଲ ବିଭୂତି ଯେ ତୁମେ ମୋତେ ବହୁତ ଭଲ ପାଅ,ମୋ ଠାରୁ ଅଧିକ ତୁମେ ଦେଶକୁ ଭଲ ପାଅ । ମୋତେ ଇର୍ଷା ଏବଂ ଦୁଃଖ ଲାଗୁଥିଲେ ମଧ୍ୟ ମୁଁ କିଛି କରିପାରୁନାହିଁ । ଆମେ ସବୁ ତୁମକୁ ବହୁତ ଭଲ ପାଉ । ତୁମେ ବହୁତ ବାହାଦୂର । ମୁଁ ମୋ ସମ୍ପୁର୍ଣ୍ଣ ଜୀବନ ଭିତରେ ତୁମକୁ ଭଲପାଇବି । ମୁଁ ତୁମ ଉପରେ ଗର୍ବ କରେ , କେହି ମୋ ଉପରେ ସହାନୁଭୂତି ନ ଦେଖାଇ ସାହସ ରଖନ୍ତୁ ଏବଂ ଏହି ମହାନ୍ ବ୍ୟକ୍ତିଙ୍କୁ ସାଲ୍ୟୁଟ୍ କରନ୍ତୁ । ଜୟହିନ୍ଦ୍ ... ।
ଦିଲ୍ଲୀରେ ପ୍ରଥମଥର ଭେଟିଥିବା ନିକିତା ଏବଂ ମେଜର୍ ବିଭୂତି ପ୍ରଥମେ ବନ୍ଧୁ ପରେ ପ୍ରେମ ଏବଂ ପରେ ବିବାହର ରୂପ ନେଇଥିଲା । ୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବନ୍ଧୁତା ପରେ ବିବାହ ବନ୍ଧନର ରୂପ ନେଇଥିଲା । ନିକିତା କୁହନ୍ତି ଯେ ତାଙ୍କ ପ୍ରେମ କାହାଣୀ ସାଧାରଣ ଏବଂ ସୁନ୍ଦର ଥିଲା । ୫୫ ରାଷ୍ଟ୍ରୀୟ ରାଇଫଲ୍ ରେ ଥିବା ମେଜର୍ ବିଭୂତି ଢୋଢିଆଲ୍ ଆତଙ୍କବାଦୀଙ୍କ ସହ ଯୁଦ୍ଧ କରୁଥିବା ସମୟରେ ତାଙ୍କୁ ଗୁଳି ଲାଗିଥିଲା ଏବଂ ସେ ଆରପାରିକୁ ଚାଲି ଯାଇଥିଲେ । ମେଜରଙ୍କ ଚାଲିଯିବା ପରେ ଏବେ ତାଙ୍କ ଘରେ କେହି ପୁରୁଷ ଲୋକ ନାହାନ୍ତି । ଘରେ ଜେଜେମା,ମା’ ଏବଂ ପତ୍ନୀ ହିଁ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/xwqw.jpg)
/kanak/media/post_attachments/wp-content/uploads/2019/02/major-vs-dhaundiyal-1550553863-1550830651-300x225.jpg)