ବାତ୍ୟା ଉଜାଡିଦେଲା ଅଧା ଓଡିଶାର ସବୁଜିମା । ପ୍ରଭାବିତ ୧୪ ଜିଲ୍ଲାରେ ବହୁମାତ୍ରାରେ ଉପୁଡି ପଡିଛି ଗଛ, ରାଜ୍ୟ ଜରୁରୀକାଳିନ ପରିଚାଳନା କେନ୍ଦ୍ରର ରିପୋର୍ଟ

ବାତ୍ୟା ଫୋନିରେ ନଷ୍ଟ ହୋଇଯାଇଛି ଅଧା ଓଡିଶାର ସବୁଜିମା

117

କନକ ବ୍ୟୁରୋ : ବାତ୍ୟା ଫୋନିରେ ନଷ୍ଟ ହୋଇଯାଇଛି ଅଧା ଓଡିଶାର ସବୁଜିମା । ଗତ ଶୁକ୍ରବାରର ଭୟଙ୍କର ବାତ୍ୟାରେ ଛାରଖାର ହୋଇଯାଇଛି ଗଛ । ୧୪ ଜିଲ୍ଲା ପ୍ରଭାବତି ହୋଇଥିବା ଜିଲ୍ଲା ମଧ୍ୟରୁ ଅଧିକ ପ୍ରଭାବିତ ହୋଇଛି ଖୋର୍ଧା, ପୁରୀ । ଭୁବନେଶ୍ୱର, କଟକ, ଯାଜପୁର ଓ ପାରାଦୀପରେ ୫୦ ପ୍ରତିଶତ ଗଛ ଉପୁଡିପଡିଛି । ବିଶେଷକରି ପୁରୀ, ଭୁବନେଶ୍ୱର, ଯାଜପୁର ଓ ପାରାଦ୍ୱୀପରେ ଗଛ ଉପୁଡି ଭୟଙ୍କର ପରସ୍ଥିତି ସୃଷ୍ଟି ହୋଇଛି । ଆଉ ଯେଉଁ ସବୁ ଗଛ ରହିଛି ସେ ସବୁ ଥୁଂଟା ପାଲଟିଛି । ବାଲୁଖଣ୍ଡ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ,ପୁରୀ ସହରରେ ଗଛ ନାହିଁ କହିଲେ ଠିକ ହେବ ।

ଗଛ ଉପୁଡିପଡିଥିବାରୁ ଭୁବନେଶ୍ୱରର ସବୁଜିମା ନଷ୍ଟ ହୋଇଯାଇଛି । ଆଉ ଖରାଦିନେ ତାତି ବି ଅସହ୍ୟ ହୋଇଛି । ପୁରୀ ଓ ଅନ୍ୟାନ୍ୟ ସ୍ଥାନରେ ବି ସେହି ଏକପ୍ରକାର ଅବସ୍ଥା । ଭୁବନେଶ୍ୱରରେ ଗଛ ଲଗାଯାଇ ସବୁଜିମା ପରିବେଶ ସୃଷ୍ଟି ପାଇଁ ଉଦ୍ୟମ ହୋଇଥିଲା । କିନ୍ତୁ ଏବେ ଏହା ନଷ୍ଟ ହୋଇଯାଇଛି । ଆଗକୁ ତାତି ବଢିବାକୁ ଥିବାବେଳେ ଗଛ ନଷ୍ଟ ହେବା ଲୋକଙ୍କ ପାଇଁ ଚିନ୍ତା ବଢାଇଦେଇଛି ।