ଶ୍ରୀନଗର: କଶ୍ମୀରର ୨୦ ବର୍ଷିଅ ଯୁବକ ମଜିଦ୍‌ ଅର୍ସିଦ ଖାନ୍‌ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାରେ ଯୋଗ ଦେବା ପରେ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ତେବେ ପ୍ରଶ୍ନ ଉଠେ, ରାଜ୍ୟର ଜଣେ ଜଣାଶୁଣା ଫୁଟ୍‌ବଲ୍‌ ଖେଳାଳି ମଜିଦ୍‌ ଅର୍ସିଦ ନିଜ ଜୀବନକୁ ବିପଦ ଭିତରକୁ ଠେଲି ଦେଇ କାହିଁକି ଆତ୍ମସମର୍ପଣ କଲେ? ଏକ ଜାତୀୟ ଗଣମାଧ୍ୟମ ଚ୍ୟାନେଲ୍‌ରେ ଅର୍ସିଦ ନିଜ ମାଆଙ୍କୁ ବିକଳ ହୋଇ କାନ୍ଦୁଥିବା ଅବସ୍ଥାରେ ଦେଖିବା ପରେ ସେ ମନ ପରିବର୍ତ୍ତନ କରି ଆତ୍ମସମର୍ପଣ କରିଛନ୍ତି ।

Advertisment

publive-imageଅନନ୍ତନାଗର ଏହି ଫୁଟ୍‌ବଲ୍‌ ଖେଳାଳୀ ଅର୍ସିଦ ଲସ୍କର-ଇ-ତୋଇବାରେ ଯୋଗ ଦେଇଛନ୍ତି ବୋଲି ନିଜ ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ କରିଥିଲେ। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଥିଲା ଯେ ଯୁବକ ଜଣକ ନଭେମ୍ବର ୯ ତାରିଖରେ କିଛି ଶ୍ରମିକଙ୍କୁ ଉକ୍ତ ସଂସ୍ଥାରେ ଯୋଗ ଦେବା ପାଇଁ ଯୋଗାଯୋଗ କରିଥିଲେ। ଆତଙ୍କବାଦୀଙ୍କ ସହ ସାମିଲ୍‌ ହେବା ପରେ ଅର୍ସିଦଙ୍କ ନାମ ଅବୁ ଇସ୍‌ମାଇଲ୍‌ ରଖା ଯାଇଥିଲା।

ନିକଟରେ ଅର୍ସିଦ ଏନ୍‌କାଣ୍ଟର୍‌ରେ ମୃତ୍ୟୁ ବରଣ କରିଥିବା ଜଣେ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରରେ ଦେଖିବାକୁ ମିଳିଥିଲେ। ସେତେବେଳେ ତାଙ୍କ ନିକଟରେ ଏକ ଏକେ-୪୭ ରାଇଫଲ୍‌ ଥିବା ଦେଖିବାକୁ ମିଳିଥିଲା। ସେ ସମୟରେ ଅର୍ସିଦଙ୍କୁ ତାଙ୍କ ଘର ଲୋକ ଭେଟିବା ପରେ ଘରକୁ ଫେରି ଆସିବା ପାଇଁ କହିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଅର୍ସିଦଙ୍କ ମାଆଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

publive-imageଭିଡିଓଟିରେ ଅର୍ସିଦଙ୍କ ମାଆ ଅତି ଅନୁନୟ ହୋଇ ନିବେଦନ କରୁଥିଲେ ‘ଦୟାକରି ମୋ ପୁଅକୁ ମୋ ପାଖକୁ ଫେରେଇ ଆଣନ୍ତୁ। ଯଦି ସେ ନ ଫେରେ ଆମେ ସମସ୍ତେ ମରିଯିବୁ। ତା’ ବିନା ବଞ୍ଚିବାର ମାନେ କିଛି ନାହିଁ। ତା ସଂପର୍କରେ ଖବର ପ୍ରକାଶ ପାଇବା ପରେ ଅର୍ସିଦର ବାପା ହୃଦ୍‌ଘାତର ଶିକାର ହୋଇ ବିଛଣାରେ ପଡ଼ିଛନ୍ତି। ଯଥା ଶୀଘ୍ର ଆମ ପୁଅକୁ ଫେରେଇ ଆଣନ୍ତୁ।’

ଜମ୍ମୁକାଶ୍ମୀର ପୁଲିସର  ଇନ୍ସପେକ୍ଟର ଜେନେରାଲ ମୁନିର୍‌ ଅହମ୍ମଦ ଖାନ୍‌ ମଧ୍ୟ ଅର୍ସିଦଙ୍କୁ ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ କେବଳ ଅର୍ସିଦ ନୁହେଁ, ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସମସ୍ତ ଯୁବକଙ୍କୁ କୁହାଯାଉଛି ଯେ ସେମାନେ ଫେରିଆସନ୍ତୁ। ପୁଲିସ୍‌ ସେମାନଙ୍କ ଫେରିବା ଏବଂ ପୁର୍ନବାସ ନିମସ୍ତେ ସବୁପ୍ରକାର ବନ୍ଦୋବସ୍ତ କରିବ। ପଥଚ୍ୟୁତ ହୋଇଥିବା ସେହି ସମସ୍ତ ଯୁବକମାନେ ମୁଖ୍ୟ ସ୍ରୋତକୁ ଫେରି ଆସନ୍ତୁ ବୋଲି ଅହମ୍ମଦ ଖାନ୍‌ କହିଛନ୍ତି।