ରୋଜଗାର ଦେଉଛି ମକା ଚାଷ। ବ୍ରହ୍ମପୁର ବୁଗୁଡା ଅଞ୍ଚଳରେ ମକା ଚାଷ କରୁଛନ୍ତି ଅଧିକାଂଶ ଚାଷୀ। 

111

କନକ ବ୍ୟୁରୋ: ରୋଜଗାର ଦେଉଛି ମକା ଚାଷ । ବ୍ରହ୍ମପୁର ଜିଲ୍ଲା ବୁଗୁଡା କରଚୁଲି ଅଞ୍ଚଳରେ ଅଧିକାଂଶ ଚାଷୀ ମକା ଚାଷ କରନ୍ତି । ଶହ ଶହ ଏକର ଜମିରେ ବର୍ଷ ସାରା ମକା ଚାଷ କରୁଛନ୍ତି ଚାଷୀ । କିଲୋ ପିଛା ୨୫୦୦ ଟଙ୍କାରେ ବିହନ କିଣି ଚାରା ପ୍ରସ୍ତୁତ କରି ଜମିରେ ଲଗାନ୍ତି ଚାଷୀ । ଗଛ ଲାଗିବାର ୭୦ ଦିନ ପରେ ଫଳ ତୋଳାଯାଏ । ଏକ କିଲୋ ବିହନରେ ପ୍ରାୟ ୫୦୦୦ ଗଛ ହୋଇଥାଏ ।  ବର୍ଷକୁ ଦୁଇରୁ ତିନି ଥର ମକା ଚାଷ କରିଥାଆନ୍ତି ଚାଷୀ । ଦୈବ ଦୁର୍ବିପାକରେ କ୍ଷତି ହେଉଥିବା ଚାଷରେ ଚାଷୀଙ୍କୁ କୌଣସି ସହାୟତା ମିଳୁନଥିବାର ଦୁଃଖ ପ୍ରକାଶ କରିଛନ୍ତି ଚାଷୀ ।

ମକା ବିଲରେ କାମ କରିବା ପାଇଁ ନିୟୋଜିତ ହୁଅନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ । ପ୍ରତ୍ୟେକ ଦିନ ନିଜ ଅଞ୍ଚଳରେ କାମ ମିଳୁଥିବାରୁ ଶ୍ରମିକମାନେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି । ମକା ଗଛରେ ସମୟ ଅନୁସାରେ ସାର, ପାଣି, ଖତ, ଗଛର ଯତ୍ନ ନେବା ସହ ଜଙ୍ଗଲି ଜନ୍ତୁଙ୍କ ଠାରୁ ରକ୍ଷା ପାଇବା ପାଇଁ ଲୋକମାନେ ନିୟୋଜିତ ହୋଇଥାଆନ୍ତି । ସମସ୍ତ ଖର୍ଚ୍ଚ ଯାଇ ଏକ ଏକର ଜମିରେ ପ୍ରୟ ୨୦ ହଜାର ଲାଭ ପାଆନ୍ତି ଜମି ମାଲିକ । ମକା ଅମଳ ପରେ ବ୍ୟବସାୟୀମାନେ ଚାଷୀଙ୍କ ଠାରୁ କିଣି ବିଭିନ୍ନ ସହରକୁ ଚାଲାଣ କରନ୍ତି ।