ସଟଡାଉନ ହଟିବା ପରେ ଭଦ୍ରକରେ ଲକଡାଉନ ନିୟମ ମାନିଲେନି ଲୋକେ: ରାସନ ଜିନିଷ, ପନିପରିବା କିଣିବାବେଳେ ରକ୍ଷା କଲେନି ସାମାଜିକ ଦୂରତା

ଗତ ରାତିରେ ଉଠିଥିଲା ସଟଡାଉନ୍

398

କନକ ବ୍ୟୁରୋ: ଭଦ୍ରକରେ ସଟ ଡ଼ାଉନ ହଟିବା ପରେ ଲକଡାଉନ ନିୟମ ମାନିଲେନି ଲୋକ । ଭଦ୍ରକରେ ୪୮ ଘଂଟା ସଟ ଡ଼ାଉନ ହଟିବା ପରେ ବଜାରରେ ଦେଖିବାକୁ ମିଳିଛି ଲୋକଙ୍କ ଭିଡ । ରାସନ ଜିନିଷ, ପନିପରିବା କଣିବା ପାଇଁ ବଜାରରେ ଲୋକମାନେ ସାମାଜିକ ଦୂରତାକୁ ମାନୁନଥିବା ଦେଖିବାକୁ ମିଳିଛି । ନିୟମକୁ ଉଲଂଘନ କରି ପାଖାପାଖି ହୋଇ ଜିନିଷ କିଣୁଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ନିୟମ ଜାରି କରିଥିବା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବଜାରରେ ଭିଡ଼ ଜମାଇ ଜିନିଷ କିଣୁଛନ୍ତି ଲୋକେ । ଏପରି ଘଟଣା ପାଇଁ ସ୍ଥାନୀୟ ଲୋକ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ।

କଟକ, ଭୁବନେଶ୍ୱରରେ ସଟଡାଉନ ହଟିବା ପରେ ଲକଡାଉନକୁ କଡାକଡି କରାଯାଇଛି । ଆଜି ସକାଳେ ଭୁବନେଶ୍ୱର ଓ କଟକର ପରିବା ବଜାର ଖୋଲିଛି । ସଉଦା ଓ ପନିପରିବା କିଣାକିଣି ସମୟରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । କିଣାକିଣି ସମୟରେ ଦୋକାନୀ ଯଦି ସାମାଜିକ ଦୂରତା ରଖିବା ନେଇ ବ୍ୟବସ୍ଥା ନକରିବେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଦୋକନୀକୁ ସଚେତନ ଓ ଦାୟିତ୍ୱବାନ ହେବାକୁ କୁହାଯାଇଛି । ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯିବା ବେଳେ ଗାଡି ନ ଆଣିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଗାଡି ଆଣିବେ, ସେମାନଙ୍କ ଗାଡ଼ି ଜବତ କରାଯିବ । ଏପରିକି ପାସ୍ ଥାଉ କିମ୍ବା ନଥାଉ, ବଜାରରେ ଗାଡ଼ି ଦେଖିବେ ତାକୁ ସିଜ୍ କରାଯିବ ବୋଲି କହିଛି କମିସନରେଟ୍ ପୋଲିସ ।

ଅନ୍ୟପଟେ, ସଟଡାଉନ ସରିବା ପରେ ଆଜି ସକାଳୁ କଟକରେ ଦୋକାନବଜାର ଖୋଲିଛି । ତେବେ ନିୟମ ଉଲ୍ଲଙ୍ଘନ କରିଥିବାରୁ ଅନେକ ଗାଡି ସିଜ ହୋଇଛି । ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯିବା ବେଳେ ଗାଡି ନ ଆଣିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲା କମିଶନରେଟ ପୋଲିସ । ଯେଉଁମାନେ ଗାଡି ଆଣିବେ, ସେମାନଙ୍କ ଗାଡ଼ି ଜବତ କରାଯିବ ବୋଲି କୁହାଯାଇଥିଲା ।

Comments are closed.