ଦୁର୍ଘଟଣାରେ ଦୁଇ ଗୋଡ, ଗୋଟେ ହାତ ହରାଇବା ପରେ ବି ହାର ମାନିନଥିଲେ ସୁରଜ । ପ୍ରଥମ ଚେଷ୍ଟାରେ ୟୁପିଏସସି ପରୀକ୍ଷା କ୍ଲିୟର କଲେ, ଅନ୍ୟଙ୍କ ପାଇଁ ଉଦାହଣ ପାଲଟିଲେ

343

କନକ ବ୍ୟୁରୋ : ୟୁପିଏସସି ଏକ କଠିନ ପରୀକ୍ଷା । ଅନେକ ଛାତ୍ରଛାତ୍ରୀ ଏହି ପରୀକ୍ଷରେ କୃତକାର୍ଯ୍ୟ ହେବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି । ଭଲ କୋଚିଂ ମଧ୍ୟ ନେବାକୁ ପଡିଥାଏ । ତଥାବି ଏଥିରେ ସହଜରେ ସଫଳତା ହାସଲ କରିପାରନ୍ତି ନାହିଁ । ଆଉ ହାର ମାନିନିଅନ୍ତି । କାରଣ ଦିନରାତି ପାଠ ପଢିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୋଇନଥାଏ । କିନ୍ତୁ ଅନେକ କଷ୍ଟ ଯନ୍ତ୍ରଣା ପରେ ଜଣେ ଯୁବକ ୟୁପିଏସି କ୍ଲିୟର କରି ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି ।

ୟୁପିର ସୁରଜ ତିୱାରୀ ନାମକ ଜଣେ ଛାତ୍ର ଅନ୍ୟ ପିଲାଙ୍କ ଭଳି ଖେଳ କୁଦ କରି ମଜ୍ଜାମସ୍ତି କରି ପାଠ ପଢୁଥିଲେ । କିନ୍ତୁ ୨୦୧୭ରେ ଏକ ଦୁର୍ଘଟଣା ତାଙ୍କ ଜୀବନର ମୋଡ ବଦଳାଇଦେଲା । ୨୦୧୭ରେ ଏକ ଟ୍ରେନ୍ ଦୁର୍ଘଟଣାରେ ସୁରଜ ତାଙ୍କର ଦୁଇ ଗୋଡ ଏବଂ ଗୋଟିଏ ହାତ ହରାଇଦେଇଥିଲେ । ଅନ୍ୟ ହାତର ଦୁଇଟି ଆଙ୍ଗୁଠିବି ହରାଇଦେଇଥିଲେ ସୁରଜ । ଏତେ ବଡ ଦୁର୍ଘଟଣା ପରେ ବି ସୁରଜ ଅନ୍ୟଙ୍କଠୁ ନିଜକୁ କେବେ କମ୍ ଭାବିନଥିଲେ । ତାଙ୍କ ଦୃଢ ଇଛାଶକ୍ତି ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲା । ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ସେ ୟୁପିଏସସି ପରୀକ୍ଷା ଦେବାକୁ ସ୍ଥିର କରିଥିଲେ । ଆଉ ଏଥିପାଇଁ କଠିନ ପରିଶ୍ରମ କରିଥିଲେ । ଆଉ ପ୍ରଥମ ଚେଷ୍ଟାରେ ହିଁ ୟୁପିଏସସି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ । ଦୁର୍ଘଟଣା ପରେ ପୂରା ପରିବାର ଦୁଃଖରେ ଭାଙ୍ଗିପଡିଥିବା ବେଳେ ସୁରଜ କିନ୍ତୁ ଭାଙ୍ଗିଯାଇନଥିଲେ । କଠିନ ପରିଶ୍ରମ ବଳରେ ସ୍ୱପ୍ନକୁ ପୂରା କରିପାରିଥିଲେ । ସବୁଠୁ ବଡ କଥା ହେଉଛି ୟୁପିଏସସି ପରୀକ୍ଷା ପାଇଁ ସୁରଜ କୌଣସି କୋଚିଂ ନେଇନଥିଲେ । ଘରେ ନିଜେ ପାଠପଢି ସଫଳତାକୁ ହାସଲ କରିଥିଲେ । ୟୁପିଏସସି ପରୀକ୍ଷାରେ ସେ ୯୭୧ରାଙ୍କରେ ଆସିଥିଲେ ।