କରୋନା ଲଢ଼େଇ ଭିତରେ ଆସୁଛି ବାତ୍ୟା : କୋଭିଡ ଗାଇଡ଼ଲାଇନ ସହ ପ୍ରଭାବିତ ହେବାକୁ ଥିବା ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ

ସ୍ୱାସ୍ଥ୍ୟ ଶିବିର କରି ଜରୁରୀ ସେବା ଯୋଗାଇବା ସହ ପୂର୍ବ ଚିକିତ୍ସିତଙ୍କୁ ଦିଆଯିବ ପ୍ରାଥମିକତା

105

କନକ ବ୍ୟୁରୋ : ବାତ୍ୟା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ସ୍ୱାସ୍ଥ୍ୟ ବିଭାଗ । ଗାଡଲାଇନ ଅନୁଯାୟୀ ସବୁ କାର୍ଯ୍ୟ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର କରିବା ସହ ଜରୁରୀକାଳୀନ ସେବା ଯୋଗାଇବା ଓ ପୂର୍ବ ସମସ୍ତ ଚିକିତ୍ସିତଙ୍କୁ ସେବା ପ୍ରାଥମିକତା ଦିଆଯାଇଛି । ଏଥର କୋଭିଡ ପରିସ୍ଥିତି ଥିବାରୁ ବିଭାଗର ଆଗରେ ଅଧିକ ଚ୍ୟାଲେଂଜ ସୃଷ୍ଟି ହୋଇଛି । କୋଭିଡକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଲଜିଷ୍ଟିକ ମହଜୁଦ ରଖାଯାଇଛି । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।