ଆପ୍ ମାଧ୍ୟମରେ ମୁସଲିମ ମହିଳାଙ୍କୁ କରୁଥିଲା ନିଲାମ, ଆସାମରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

132

କନକ ବ୍ୟୁରୋ : ବୁଲ୍ଲିବାଇ ଆପ ମାମଲାର ମୁଖ୍ୟ ଅଭିଯୁକ୍ତ ନିରଜ ବିଶୋଇକୁ ଦିଲ୍ଲୀ ପୋଲିସ ଆସାମରୁ ଗିରଫ କରିଥିବା ସୂଚନା ମିଳିଛି । ପୋଲିସର ସୂଚନା ମୁତାବକ ନିରଜ ବୁଲ୍ଲିବାଇ ଆପର ପ୍ରସ୍ତୁତ କରିଥିଲା ଓ ସେ ମୁଖ୍ୟ ଟ୍ୱିଟର ଆକାଉଣ୍ଟ ହୋଲ୍ଡର ବି । ପୋଲିସ ଟିମ ଅପରାହ୍ନ ୩.୩୦ ରେ ଅଭିଯୁକ୍ତକୁ ଧରି ବିମାନବନ୍ଦରରେ ପହଂଚିବ ବୋଲି କୁହାଯାଇଛି ।

କହିରଖୁ କି ଏହି ମାମଲାରେ ପୂର୍ବରୁ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସାଇବର ସେଲ ସେମାନଙ୍କୁ ଉତ୍ତରାଖଣ୍ଡରୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ବେଙ୍ଗାଲୋରର ୧୯ ବର୍ଷିୟ ସ୍ୱେତା ସିଂ, ୨୧ ବର୍ଷିୟ ଇଂଜିନିୟରିଂ ଛାତ୍ର ବିଶାଲ କୁମାର ଝା, ଓ ୨୧ ବର୍ଷିୟ ମୟଙ୍କ ରାୱଲ ରହିଛନ୍ତି ।

ଅଭିଯୁକ୍ତ ସ୍ୱେତା ସିଂ ବୁଲ୍ଲିବାଇ ଆପର କଣ୍ଟ୍ରୋଲର ଭାବେ କାମ କରୁଥିଲେ । ଏନେଇ ପୋଲିସ ପାଖରେ ଅଭିଯୋଗ ହୋଇଥିଲା କି ଏହି ଆପ୍ ମାଧ୍ୟମରେ ଶହ ଶହ ମୁସଲିମ ମହିଳାଙ୍କ ନକଲି ଫଟୋ ପୋଷ୍ଟ କରାଯାଇ ନିଲାମ କରାଯାଉଥିଲା । ସେମାନଙ୍କର ଉର୍ଦ୍ଦେଶ୍ୟ ଥିଲା କି ଦେଶରେ ମୁସଲିମ ମହିଳାମାନଙ୍କୁ ନିଚା ଦେଖାଇବା ଓ ସେମାନଙ୍କୁ ଧମକ ଚମକ ଦେଇ ଅର୍ଥ ଆଦାୟ କରିବା ।