ଗୃହିଣୀ ମାନଙ୍କ ଜୀବନକୁ ନେଇ ନିର୍ମିତ ଫିଲ୍ମ ‘ମାଈଁ ସ୍ୱିଟ ହାଉସ ୱାଇଫ୍’ । ମୁଖ୍ୟ ଭୂମିକାରେ ନୈନା ଦାସ ।

168

କନକ ବ୍ୟୁରୋ: ଗୃହିଣୀ ମାନଙ୍କ ଜୀବନ ଓ କାହାଣୀକୁ ନେଇ ରିଲିଜ ହୋଇଛି ଫିଲ୍ମ ମାଈ ସ୍ୱିଟ ହାଉସ ୱାଇଫ୍ । ଏଥିରେ ଅଭିନେତ୍ରୀ ନୈନା ଦାସଙ୍କ ସମେତ ପ୍ରୀତିରାଜ ଶତପଥୀ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ।

ଜଣେ ଅନୁଶାସନରେ ବିଶ୍ୱାସ କରୁଥିବା ସ୍ୱାମୀ ଓ ଜଣେ ଶିକ୍ଷିତା ପତ୍ନୀଙ୍କ ଭିତରେ ଦାମ୍ପତ୍ୟ ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଏଥିରେ ଚିତ୍ରଣ କରାଯାଇଛି । ତେବେ ଫିଲ୍ମଟିକୁ ଦେଖିବାକୁ ପ୍ରିମୟରରେ ଗହଳି ଦେଖିବାକୁ ମିଳିଥିଲା । ମହାରାଜା ହଲରେ ଏହାର ପ୍ରିମିୟର ପୂର୍ବରୁ ନଡିଆ ଭାଙ୍ଗି, କେକ୍ କାଟି ଫିଲ୍ମ ଦେଖିବାକୁ ଲୋକଙ୍କୁ ଅନୁରୋଧ କରିଛି ପୁରା ଟିମ୍ ।