ଫାଇବ୍ ଷ୍ଟାର ହୋଟେଲରେ ‘ମହୁଲି’ । ମଧ୍ୟପ୍ରଦେଶ ସରକାରଙ୍କ ‘ହେରିଟେଜ୍ ଲିକର’ ମାନ୍ୟତା ପରେ ବଢୁଛି ‘ମହୁଲି ’ର ଚାହିଦା ।

245

କନକ ବ୍ୟୁରୋ: ଫାଇବ ଷ୍ଟାର୍ ହୋଟେଲରେ ଉପଲବ୍ଧ ହେଲା ପାରମ୍ପରିକ ଦେଶୀ ମହୁଲ ଫଲ ମଦ । ସଠିକ୍ ପ୍ରଣାଳିରେ ପ୍ରସ୍ତୁତ ହୋଇ ରିବ୍ରାଣ୍ଡିଂ ହେବା ପରେ ପରେ ତାଜ୍ ଓ ମାରିଅଟ୍ ଭଳି ଫାଇବ୍ ଷ୍ଟାର୍ ହୋଟେଲରେ ମିଳିଲା ମହୁଲ ମଦ । ନିକଟରେ ମଧ୍ୟପ୍ରଦେଶ ସରକାର ଆଦିବାସୀ ଭୋଟ୍ ହାତେଇବା ପାଇଁ ଦେଶୀ ମହୁଲ ଫୁଲ ମଦକୁ ‘ହେରିଟେଜ୍ ଲିକର’ର ମାନ୍ୟତା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ‘ହେରିଟେଜ୍ ଲିକର’ ଘୋଷଣା କରି ପ୍ରତି ଆଦିବାସୀ ଅଧୁଷିତ ଅଂଚଳରେ ଏହାକୁ ନେଇ ଏକ ସରକାରୀ ଦେଶୀ ମଦ ଉତ୍ପାଦନ କେନ୍ଦ୍ର ଖୋଲିବାକୁ ଘୋଷଣା କରିଥିଲେ ।

କେବଳ ସେତିକି ନୁହେଁ ରାଜ୍ୟର ସମସ୍ତ ଟୁରିଜିମ୍ ବାର୍ରେ ସରକାରୀ ମାନ୍ୟତା ପ୍ରାପ୍ତ ଏହି ମହୁଲ ମଦ ବା ‘ହେରିଟେଜ୍ ଲିକର’ ଉପଲବ୍ଧ ହେବ ବୋଲି ଘୋଷଣା କରିଥିଲେ । ମଧ୍ୟ ପ୍ରଦେଶ ସରକାରଙ୍କ ଏଭଳି ଉଦ୍ୟମ ପରେ ଏବେ ଦେଶୀ ମହୁଲ ମଦ ଫାଇବ ଷ୍ଟାର ହୋଟେଲରେ ବି ସ୍ଥାନ ପାଇଛି । ପଂଚ ତାରକା ହୋଟେଲରେ ଏହାର ଟେଷ୍ଟିଂ କରାଯିବା ପରେ କୁହାଯାଇଛି ମହୁଲ ମଦ ସ୍କଚ୍ ଠାରୁ ବି ଆହୁରି ସ୍ୱାଦିଷ୍ଟ । ମଧ୍ୟ ପ୍ରଦେଶର ସରକାରୀ ମାନ୍ୟତା ପ୍ରାପ୍ତ ‘ହେରିଟେଜ୍ ଲିକର’ କାରଖାନାରେ ପ୍ରସ୍ତୁତ ମଦ ଏବେ ମୋଟା ଦାମ୍ରେ ଫାଇବ୍ ଷ୍ଟାର ହୋଟେଲରେ ବିକ୍ରି ହେଉଛି । ୭୫୦ ଏମ୍ଏଲର ଗୋଟିଏ ବୋଟଲ ୮ଶହ ଟଙ୍କାରେ ବିକ୍ରି ହେଉଛି । ସେହିପରି ୧୮୦ ଏମ୍ଏଲ୍ ବଟଲ ୨ଶହ ଟଙ୍କାରେ ବିକ୍ରି ହେଉଛି । ଯେଉଁ ଦେଶୀ ‘ମହୁଲି ମଦ’କୁ ଅନ୍ୟ ରାଜ୍ୟରେ ବ୍ୟାନ୍ କରାଯାଉଛି, ଏହାକୁ ଆୟର ଅନ୍ୟ ଉପାୟ ଭାବେ ଆପଣାଇଛନ୍ତି ମଧ୍ୟ ପ୍ରଦେଶ ସରକାର । ‘ମହୁଲି ମଦ’ରୁ ମୋଟା ଅଙ୍କର ରାଜସ୍ୱ ଆଦାୟ କରୁଛନ୍ତି ଶିବରାଜ ସିଂହ ଚୌହ୍ୱାନ ସରକାର ।

ଫାଇଭ୍ ଷ୍ଟାର ହୋଟେଲରେ ‘ମହୁଲି ମଦ’
– ବଢ଼ିଲା ଦେଶୀ ‘ମହୁଲି ମଦ’ ଚାହିଦା
– ଫାଇଭ୍ ଷ୍ଟାର ହୋଟେଲରେ ସ୍ଥାନ ପାଇଲା ‘ମହୁଲି ମଦ’
– ବିଶେଷଜ୍ଞଙ୍କ ଦାବି ‘ମହୁଲି ମଦ’ ସ୍କଚ୍ ଠାରୁ ଆହୁରି ସ୍ୱାଦିଷ୍ଟ
– ଆଦିବାସୀଙ୍କୁ ରୋଜଗାର ଯୋଗାଇବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ପ୍ରୟାସ
– ‘ମହୁଲି ମଦ’କୁ ‘ହେରିଟେଜ୍ ଲିକର’ ମାନ୍ୟତା ଦେଲେ ଏମ୍ପି ସରକାର
– ସରକାରୀ ମାନ୍ୟା ପ୍ରାପ୍ତ କାରଖାନାରେ ପ୍ରସ୍ତୁତ ହେଉଛି ‘ମହୁଲି ମଦ’
– ମଧ୍ୟ ପ୍ରଦେଶ ଟୁରିଜିମ୍ ବାରରେ ଉପଲବ୍ଧ ‘ମହୁଲି ମଦ’
– ରିବ୍ରାଣ୍ଡିଂ ପରେ ମୋଟା ଦାମ୍ରେ ହେଉଛି ବିକ୍ରି
– ଟେଷ୍ଟିଂ ପରେ ଫାଇଭ୍ ଷ୍ଟାର ହୋଟେଲରେ ପାଇଛି ସ୍ଥାନ