ହାଜର ହେବା ପୂର୍ବରୁ ଏଥିକ୍ସ କମିଟିକୁ ଟିଏମସି ସାଂସଦଙ୍କ ଚିଠି । ମହୁଆ ମୋଇତ୍ରା କହିଲେ ଅପରାଧିକ ମାମଲାର ଯାଂଚ କରିପାରିବେନି ସଂସଦୀୟ କମିଟି

111

କନକ ବ୍ୟୁରୋ : ଅପରାଧିକ ମାମଲାର ଯାଂଚ କରିପାରିବେନି ସଂସଦୀୟ କମିଟି । ଏହି ଅଧିକାର କେବଳ ଅନୁସନ୍ଧାନକାରୀ ସଂସ୍ଥା କରିପାରିବ ବୋଲି ସେ କହିଛନ୍ତି । ଏଭଳି କିଛି ଦାବି କରି ଏଥିକ୍ସ କମିଟି ନିକଟକୁ ଚିଠି ଲେଖିଲେ ଟିଏମସି ସାଂସଦ ମୋହୁଆ ମୋଇତ୍ରା । କ୍ୟାସ ଫର କ୍ୱେରି ମାମଲାରେ ଫସିଥିବା ମୋହୁଆ ମୋଇତ୍ରା ଚିଠି ଲେଖି ଏଥିକ୍ସ କମିିିଟିରେ ଏଭଳି କିଛି ଦାବି କରିଛନ୍ତି । ଏଥିସହ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଓ ତାଙ୍କୁ କ୍ରସ ଏଗଜାମିନ ମଧ୍ୟ କରାଯାଉ ବୋଲି ମୋହୁଆ ଦାବି ଜଣାଇଛନ୍ତି । ନଭେମ୍ବର ୨ ତାରିଖରେ କ୍ୟାସ ଫର କ୍ୱେରି ମାମଲାରେ ମୋହୁଆଙ୍କୁ ଜେରା କରାଯିବ । ଅକ୍ଟୋବର ୩୧ରେ ଦିନ ଧାର୍ଯ୍ୟ ହୋଇଥିଲେ ବି କୌଣସି କାରଣ ଦର୍ଶାଇ ହାଜର ହୋଇନଥିଲେ ମୋହୁଆ । ତେବେ ଜେରାର ଗୋଟେ ଦିନ ପୂର୍ବରୁ ଏଥିକ୍ସ କମିଟି ନିକଟରେ ଚିଠି ଲେଖି ମୋହୁଆ ଯେଉଁ ଦାବି କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ ।