ଇରାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ସୀମା ଟପିଲା । ହିଜାବକୁ ବିରୋଧ କରିବାରୁ ମହିଳାମାନଙ୍କୁ ଜେଲରେ  ବଳାତ୍କାର ଓ ଯୌନଶୋଷଣ ।

Advertisment
ଇରାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ସୀମା ଟପିଲା ।  ହିଜାବକୁ ବିରୋଧ କରିବାରୁ ମହିଳାମାନଙ୍କୁ ଜେଲରେ  ବଳାତ୍କାର ଓ ଯୌନଶୋଷଣ ।

ଆମନେଷ୍ଟି  ଇଣ୍ଟରନ୍ୟାସନାଲର ଏକ ରିପୋର୍ଟରେ କୁହାଯାଇଛି ଯେ ଇରାନ ସୁରକ୍ଷା ବାହିନୀର ସଦସ୍ୟମାନେ ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ମହିଳାମାନଙ୍କୁ ଗିରଫ କରିଥିଲେ ।  ସେମାନଙ୍କୁ ଜେଲରେ ବଳାତ୍କାର ଓ ଯୌନଶୋଷଣ ପରି ଅତ୍ୟାଚାର କରି ପ୍ରତାଡିତ କରିଛନ୍ତି ।  ଏଥିରେ ମହିଳା, ପୁରୁଷ, ଛୋଟଛୋଟ ପୁଅ ଏବଂ ଝିଅ ଅନ୍ତର୍ଭୁକ୍ତ ।

ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ୨୨ ବର୍ଷିୟ ମହସା ଆମିନୀଙ୍କ ପୋଲିସ୍ ହେପାଜତରେ ମୃତ୍ୟୁ ପରେ ସେପ୍ଟେମ୍ବର ୨୦୨୨ ରେ ଇରାନରେ ବ୍ୟାପକ ବିରୋଧ ଆରମ୍ଭ ହୋଇଥିଲା । ଏହି ସମୟରେ ହଜାର ହଜାର ଲୋକ ରାସ୍ତାରେ ବାହାରି ହିଜାବକୁ ବିରୋଧ କରିଥିଲେ। ଏହି ବିରୋଧ ଧୀରେ ଧୀରେ  ଏକ ବଡ ଆନ୍ଦୋଳନରେ ପରିଣତ ହେଲା । ଏହି ସମୟ ମଧ୍ୟରେ ଇରାନ ପୋଲିସ ହଜାର ହଜାର ଲୋକଙ୍କୁ ଗିରଫ କରିଥିଲା । ଏଥିରେ ମହିଳା ଏବଂ ପୁରୁଷ ଏବଂ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ | ଏହି ସମୟ ମଧ୍ୟରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଥିଲେ।

ବର୍ତ୍ତମାନ ଏନେଇ ଆମନେଷ୍ଟି  ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଅଛି ।  ରିପୋର୍ଟ ଅନୁଯାୟୀ ଇରାନ ସୁରକ୍ଷା ବାହିନୀର ସଦସ୍ୟମାନେ ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ମହିଳାମାନଙ୍କୁ ଜେଲରେ ଅଟକ ରଖିଥିଲେ ଏବଂ  ସେମାନଙ୍କୁ ବଳାତ୍କାର କରିଥିଲେ ଏବଂ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିଲେ । ପୋଲିସର ହେପାଜତରେ ମହିଳାଙ୍କ ସହ ବର୍ବରତାର ସମସ୍ତ ସୀମା ପାର କରିଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ଏପରି ୪୫ ଟି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ବିକ୍ଷୋଭକାରୀମାନେ ଗଣଦୁଷ୍କର୍ମ କିମ୍ବା ଯୌନଶୋଷଣର ଶିକାର ହୋଇଛନ୍ତି ।

ପୋଲିସ ହେପାଜତରେ ଥିବା ମହିଳାଙ୍କୁ ରେପ୍

ଆମନେଷ୍ଟି  ଇଣ୍ଟରନ୍ୟାସନାଲର ସେକ୍ରେଟେରୀ ଜେନେରାଲ୍ ଆଗ୍ନେସ୍ କଲାମାର୍ଡଙ୍କ ଅନୁଯାୟୀ, ଇରାନରେ ଗୁପ୍ତଚର ତଥା ସୁରକ୍ଷା ଏଜେଣ୍ଟମାନେ ବଳାତ୍କାର ତଥା ଅନ୍ୟାନ୍ୟ ଯୌନଶୋଷଣ ମାଧ୍ୟମରେ ମହିଳାମାନଙ୍କୁ କିପରି ନିର୍ଯାତନା ଦେଇଥିଲେ ଏବଂ ବିକ୍ଷୋଭକାରୀଙ୍କୁ ମାନସିକ ସ୍ତରରେ କ୍ଷତି ପହଞ୍ଚାଇଥିଲେ ତାହା ଅନୁସନ୍ଧାନରୁ ଜଣାପଡିଛି । ମାତ୍ର ୧୨ ବର୍ଷର ପିଲାମାନଙ୍କୁ ମଧ୍ୟ ସୁରକ୍ଷାକର୍ମୀ ମାନେ ଛାଡି ନାହାନ୍ତି ।

୪୫ ରୁ ୧୬ ବଳତ୍କାର ମାମଲା

ଲଣ୍ଡନ ସ୍ଥିତ ଆମନେଷ୍ଟି  ଇଣ୍ଟରନ୍ୟାସନାଲର କହିଛି ଯେ ଏହା ନଭେମ୍ବର ୨୪ ରେ ଇରାନ କର୍ତ୍ତୃପକ୍ଷଙ୍କ ସହ ଏହାର ଅନୁସନ୍ଧାନ ରିପୋର୍ଟ ସେୟାର କରିଛି  କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ । ବିଶେଷ କଥା ହେଉଛି କେବଳ ମହିଳାଙ୍କ ସହ ନୁହେଁ ପୁରୁଷଙ୍କ ସହ ଏବଂ ପିଲାମାନେ ମଧ୍ୟ ବଳାତ୍କାର ଓ ଶାରୀରିକ ନିର୍ଯାତନାର ଶିକାର ହୋଇଛନ୍ତି । ରିପୋର୍ଟରେ ଲିଖିତ ୪୫ ଟି ମାମଲା ମଧ୍ୟରୁ ୧୬ ଟି ବଳାତ୍କାର ମାମଲା, ଯେଉଁଥିରେ ୬ ଜଣ ମହିଳା, ୭ ଜଣ ପୁରୁଷ, ଜଣେ ୧୪ ବର୍ଷର ଝିଅ ଏବଂ ଦୁଇଜଣ ୧୬ ବର୍ଷର ପୁଅ ଅନ୍ତର୍ଭୁକ୍ତ ।

୧୦ ଜଣ ପୋଲିସକର୍ମୀ କରିଥିଲେ ସାମୁହିକ ବଳତ୍କାର

ରିପୋର୍ଟରେ କୁହାଯାଇଛି ଯେ ଚାରିଜଣ ମହିଳା ଏବଂ ଦୁଇଜଣ ପୁରୁଷ ୧୦ ଜଣ ପୁରୁଷ ଏଜେଣ୍ଟଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଯେଉଁମାନେ ଏସବୁ କରିଥିଲେ, ସେମାନଙ୍କ ମଧ୍ୟରେ ରିଭୋଲ୍ୟୁସାରୀ ଗାର୍ଡ, ପାରାମିଲିଟାରୀ ଫୋର୍ସ, ଇଣ୍ଟେଲିଜେନ୍ସ ମନ୍ତ୍ରଣାଳୟର ଏଜେଣ୍ଟ ଏବଂ ପୋଲିସ ଅଧିକାରୀ  ସମସ୍ତେ ମିଳିତ ଭାବେ ଏପରି ଜଘନ୍ୟ ଅପରାଧ କରିଥିଲେ ।

ପୋଲିସ ହେପାଜତରେ ମହସା ଆମିନୀଙ୍କ ମୃତ୍ୟୁ ହୋଇଥିଲା

ଗତ ଡିସେମ୍ବର ୨୦୨୨ ରେ ମହସା ଆମିନୀ ଠିକ୍ ଭାବରେ ହିଜାବ ପିନ୍ଧି ନ ଥିବାରୁ ଇରାନ ପୋଲିସ ତାଙ୍କୁ ଗିରଫ କରିଥିଲା । ପରେ ପୋଲିସ ହେପାଜତରେ ଥିବାବେଳେ ମହସାଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ବରଣ କରିଥିଲେ । ଏହି ପ୍ରସଙ୍ଗରେ ଲୋକମାନେ କ୍ରୋଧିତ ହୋଇଥିଲେ। ଏବଂ ଲୋକମାନେ ଏହାକୁ ବିରୋଧ କରୁଥିଲେ। ଏହି ଆନ୍ଦୋଳନକୁ ସମଗ୍ର ବିଶ୍ୱରେ ମହିଳାମାନେ ସମର୍ଥନ ପାଇଥିଲା । ଏହି ସମୟ ମଧ୍ୟରେ, ଇରାନ ମହିଳାମାନେ ରାସ୍ତାରେ ହିଜାବ ଜଳାଇ  ସ୍ୱାଧୀନତା ଦାବି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe