କନକ ବ୍ୟୁରୋ: ଭାରତରେ ଇଲେକ୍ଟ୍ରିକ୍ ଗାଡିର କ୍ରେଜ୍ ବଢିବାରେ ଲାଗିଛି । ଏବେ କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କୁ ଇଭିରେ ଭଲ ବିକଳ୍ପ ଦେବାକୁ ଆଗେଇଛନ୍ତି । ବଡ ଗାଡି ନିର୍ମାତା କମ୍ପାନୀମାନେ ମଧ୍ୟ ଇଭି ଆଡେ ମୁହାଁଇଛନ୍ତି । ଏବେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଇଲେକ୍ଟ୍ରିକ୍ ଗାଡି ପ୍ରସ୍ତୁତ କରୁଥିବା ସେଗମେଣ୍ଟ ମହିନ୍ଦ୍ରା ଅଟୋମୋଟିଭ୍ ପୁଣେରେ ଚାଲିଥିବା ଅଲ୍ଟରନେଟ୍ ଫ୍ୟୁଲ କନକ୍ଲେଭ୍ ୨୦୨୨ରେ ଇଲେକ୍ଟ୍ରିକ୍ ଗାଡିର ନୂଆ ରେଂଜ ପ୍ରଦର୍ଶୀତ କରିଛି ।
ମହିନ୍ଦ୍ରା ଇଲେକ୍ଟିକ୍ ଟ୍ରେଓ ଅଟୋ, ଟ୍ରେଓ ଜୋର୍ ଡେଲିଭରୀ ଭ୍ୟାନ୍ , ଟ୍ରେଓ ଟିପର ଭେରିଏଣ୍ଟ ଏବଂ ଇ-ଆଲ୍ଫା ମିନି ଟିପର ସହିତ ଆଟମିକ କ୍ୱାଡ୍ରିସାଇକଲ ଆଣିଛି । ଇଲେକ୍ଟ୍ରିକ୍ ୩ ହ୍ୱିଲର ସେଗମେଣ୍ଟରେ ମହିନ୍ଦ୍ରାର ମାର୍କେଟ ସେୟାର ୭୩.୪ ପ୍ରତିଶତ ରହିଛି ଯାହା ପରେ କମ୍ପାନୀ ଏହି ତାଲିକାରେ ପ୍ରଥମରେ ରହିଛି ।
ଇଲେକ୍ଟ୍ରିକ୍ ପାୱାର ବିଶିଷ୍ଟ ମହିନ୍ଦ୍ରା ଏଟମ୍ କ୍ଲିନ୍ ଏନର୍ଜି ସହିତ ଆରାମଦାୟକ ଏବଂ ସ୍ମାର୍ଟ ଫିଚର୍ସ ରହିଛି । ଏଟମ୍ ସହିତ ମହିନ୍ଦ୍ରା ମାର୍କେଟକୁ ଇଲେକ୍ଟ୍ରିକ୍ ଆଲ୍ଫା ଟିପର ମଧ୍ୟ ଆଣିଛି ଯାହାକି ଇ-ଆଲ୍ଫା ମିନି ଫ୍ଲାଟଫର୍ମରେ ଆଧାରିତ । ଇ-ଆଲ୍ଫା ମିନି ଟିପରକୁ ୧.୫ କିଲୋୱାଟ ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି । ଯାହା ସିଙ୍ଗଲ ଚାର୍ଜରେ ଏହାକୁ ୮୦ କିଲୋମିଟର ରେଞ୍ଜ ଦେବ । ଏହାର ଲୋଡିଂ କ୍ଷମତା ୩୧୦ କେଜି ଯାଏଁ ରହିବ । ବର୍ତ୍ତମାନ ମହିନ୍ଦ୍ରା ଏଟମକୁ କମର୍ସିଆଲ ଗାଡି ରୂପେ ଲଞ୍ଚ କରାଯାଇଛି । ଏହାକୁ ପର୍ସନାଲ ବ୍ୟବହାର ପାଇଁ କେବେ ଲଞ୍ଚ କରାଯିବ ସେେଇ କୌଣସି ସୂଚନା ଦିଆଯାଇନାହିଁ ।
୩ ଲିଟର ମହିନ୍ଦ୍ରା ଏଟମ୍ କେବଳ ଲୁକରେ ନୁହେଁ ବରଂ ଫିଚର୍ସରେ ମଧ୍ୟ ଦମଦାର ରହିବ । ଏହା ସହିତ ଏହାର ଦାମ ମଧ୍ୟ ବହୁତ କମ୍ ରହିବ ବୋଲି ଅନୁମାନ କରାଯାଉଛି । ଏହାର ଦାମ ୩ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଏବଂ ଏହାକୁ ୫ ଘଣ୍ଟାରେ ଫୁଲ ଚାର୍ଜ କରିହେବ । ଏଟମ ଇଲେକ୍ଟିକ୍ କ୍ୱାଡ୍ରିସାଇକେଲକୁ ସିଙ୍ଗଲ ଚାର୍ଜରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଚଲାଇହେବ । ଅଟୋ ରିକ୍ସାର ଏହାର ଏହା ଏକ ଭଲ ବିକଳ୍ପ ହେବ ବୋଲି କୁହାଯାଉଛି ।