ଖୁବଶୀଘ୍ର ବଜାରକୁ ଆସିବ ‘ମହିନ୍ଦ୍ରା’ର ଏହି ଇଲେକ୍ଟ୍ରିକ୍ କାର, ବୁଲେଟ୍ ଟ୍ରେନ ସ୍ପିଡ ସହ ହାଇପର ସୁବିଧା

125

କନକ ବ୍ୟୁରୋ : ଅଟୋମୋବାଇଲ ସେକ୍ଟରରେ ‘ମହିନ୍ଦ୍ରା’ କମ୍ପାନୀ ସବୁବେଳେ ଗ୍ରାହକମାନଙ୍କୁ କିଛି ନା କିଛି ନୂଆ ଉପହାର ଦେଇଥାଏ । ଦେଶରେ ଏବେ ଇଲେକ୍ଟ୍ରିକ୍ କାରର ଚାହିଦା ବୃଦ୍ଧି ପାଇଛି । ମହିନ୍ଦ୍ରା ପ୍ରଥମ କମ୍ପାନୀ ଯେ କି, ପ୍ରଥମେ ଇଲେକ୍ଟ୍ରି କାର ଲଂଚ କରିଥିଲା । ଏବେ କମ୍ପାନୀ ତରଫରୁ ଖୁବଶୀଘ୍ର ଇଲେକ୍ଟ୍ରି ହାଇପର କାର ବଜାରକୁ ଆଣିବାକୁ ଯାଉଛି ।

ଆନନ୍ଦ ମହିନ୍ଦ୍ରାଙ୍କ ନେତୃତ୍ୱରେ ଚାଲିଥିବା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ଦେଶରେ ପ୍ରଥମରୁ ଅନେକ ବିଶ୍ୱସ୍ତରୀୟ ମଡେଲ ଲଂଚ କରିସାରିଛି । ଏଥିପାଇଁ କମ୍ପାନୀ ରିନ୍ୟୁଲଟ୍ ଓ ଫ୍ରଡ ଭଳି ଅନ୍ତର୍ଜାତୀୟ କମ୍ପାନୀ ସହ ମିଶି କାମ କରିଛି । ଏବେ କମ୍ପାନୀ ନିଜର ଅଟୋମୋବାଇଲ ପିନିନଫାରିନା ୟୁନିଟରେ ଇଲେକ୍ଟ୍ରିକ ହାଇପର କାର ‘ବଟିଷ୍ଟା’ ର ପ୍ରଡକ୍ସନ ଖୁବଶୀଘ୍ର ଆରମ୍ଭ କରିବ ବୋଲି କୁହାଯାଇଛି ।

ବ୍ଲୁମବର୍ଗର ଖବର ମୁତାବକ ଏବେ ମହିନ୍ଦ୍ରା ଅଟୋମୋବାଇଲ ପିନିନଫରିନା ବଟିଷ୍ଟା ର ଉତ୍ପାଦନ କରିବାକୁ ଅର୍ଥ ଯୋଗାଡ କରିବାରେ ଲାଗିଛି । କମ୍ପାନୀ ତରଫରୁ ୨୦୧୯ ରେ ଏହି କାରର ଏକ ଡେମୋ ପ୍ରସ୍ତୁତ କରାଯାଇଥିଲା । ଏହାକୁ ପ୍ରଥମଥର ଜେନିଭା ଅଟୋ ସୋରେ ପ୍ରଦର୍ଶନ କରାଯାଇଥିଲା । ସେତେବେଳେ ଏହି କାରର ଡିଜାଇନ ଓ ଫଚର୍ସ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ବାଟିଷ୍ଟା କାର ଏକ ଇଲେକ୍ଟ୍ରିକ ହାଇପର କାର । ଏହା ଘଣ୍ଟାପ୍ରତି ୩୫୦ କିଲୋମିଟର ବେଗରେ ଦୌଡି ପାରିବ । ଏହା ଦେଶର ମୁମ୍ବାଇ-ଅହମ୍ମଦାବଦା ମଧ୍ୟରେ ଚାଲିବାକୁ ଥିବା ବୁଲେଟ ଟ୍ରେନ ସ୍ପିଡ (ଘଂଟାପ୍ରତି ପାଖା ପାଖି ୩୨୦ କି.ମି) ଠାରୁ ଅଧିକ ରହିବ । ଏଥିରେ ଲାଗିବାକୁ ଥିବା ଇଲେକ୍ଟ୍ରିକ ମୋଟର ୧୯୦୦ ଏଚପି ପାୱାର ଜେନରେଟ କରିବ ଓ ଗୋଟିଏ ଥର ଚାର୍ଜ କଲେ ଏହା ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ।

ମହିନ୍ଦ୍ରାର ସୂଚନା ମୁତାବକ ବଟିଷ୍ଟା ଉତ୍ପାଦ ସୀମତ କରାଯିବ । ଏହାର ମୋଟ ୧୫୦ ୟୁନିଟ ପ୍ରଡକ୍ସନ ହେବ । କମ୍ପାନୀ ଦାବି କରିଛି କି ଏଥିରେ ବ୍ୟବହୃତ ହେବାକୁଥିବା ବ୍ୟାଟେରୀ ୯୭ ପ୍ରତିଶତ କ୍ଷମତା ବିନିଯୋଗ କରିପାରିବ ।