କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭଶୀଳ ହେବାରେ ଲାଗିଛି । ବିଦେଶୀ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭର ନକରି ସ୍ୱଦେଶୀ ଅସ୍ତ୍ରଶସ୍ତ୍ରକୁ ସେନାରେ ସାମିଲ କରାଯାଉଛି । ଆଉ ଏହିରି ଭିତରେ ମହିନ୍ଦ୍ରାର ଡିଫେନ୍ସ କମ୍ପାନୀ ଏପରି ଏକ ଟ୍ରକ୍ ତିଆରି କରିଛି ଯାହା ଶତ୍ରୁ ପାଇଁ କାଳ ସାଜିବ । ଏପରିକି ବୋମା ଏବଂ ଗୋଳାବାରୁଦର ପ୍ରଭାବ ଏହି ଟ୍ରକ୍ ଉପରେ ପଡିବ ନାହିଁ ।

Advertisment

ସେନାରେ ସାମିଲ ହେବାକୁ ଥିବା ଏହି ଟ୍ରକର ନାଁ ହେଉଛି ମହିନ୍ଦ୍ରା ‘ଅରମାଡୋ’ । ବା ଏହାକୁ ମନଷ୍ଟର୍ ଟ୍ରକ୍ ବୋଲି ମଧ୍ୟ କରୁହାଯାଉଛି । ଏହାର ଲୁକ୍ ଏବଂ ଆକାର ପାଇଁ ଏହାକୁ ମନଷ୍ଟର୍ ଟ୍ରକ୍ କୁହାଯାଉଛି । ଏହି ଟ୍ରକ୍ ଯେତେବେଳେ ଆତଙ୍କୀଙ୍କ ଶିବିରକୁ ନିଜ ଚକ ତଳେ ମାଡି ମକଚି ଆଗକୁ ବଢିବ, ସେତେବେଳେ ଶତ୍ରୁ ଛାତିରେ ଛନକା ପସିବ । ଯଦି ଆମେ ଏହାର କ୍ଷମତା ଏବଂ ଫାଇଦା ବାବଦରେ କହିବା ତେବେ ଏହା ଏକ ଲାଇଟ୍ ଅରମାଡୋ ସ୍ପେଶାଲିଷ୍ଟ ଭେଇକିଲ୍ ଅଟେ । ଏହା କାଉଣ୍ଟର ଟେରୋରିଷ୍ଟ୍ ଆଟାକ୍, ଅତି ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ କରିବା, ସ୍ପେସାଲ ଫୋର୍ସର ଅପରେସନ୍ ଏବଂ କ୍ୱିକ୍ ରିଆକସ୍କନ୍ ଟିମରେ ବ୍ୟବହାର କରାଯାଇପାରିବ । ଏହିସହିତ ଏହି ଟ୍ରକ୍ ଘଣ୍ଟା ପ୍ରତି ୧୨୦ କିମି ବେଗରେ ଗତି କରିପାରୁଥିବା ବେଳେ ୧ହଜାରର ପେ-ଲୋଡ୍ କ୍ଷମତା ରଖିଛି ଏହି ମନଷ୍ଟର୍ ଟ୍ରକ୍ ।

ତେବେ ଏହି ଟ୍ରକକୁ ସମ୍ପର୍ଣ୍ଣ ଭାବରେ ଭାରତରେ ହିଁ ପ୍ରସ୍ତୁତ କରାଯାଇଛି । ଖାସକରି ପ୍ରୋଟେକ୍ଟିଭ୍ ମୋବିଲିଟି ପାଇଁ ଏହି ଟ୍ରକକୁ ଡିଜାଇନ୍ କରାଯାଇଛି । ଏହି ଟ୍ରକ୍ ଏପରି ଡିଜାଇନ୍ ହୋଇଛି କି, ପଛରେ କିମ୍ବା ଗାଡିର ସାଇଡରେ ବୋମା ଫୁଟିଲେ ବି ଏହାର କୌଣସି କ୍ଷତି ହୋଇନଥାଏ । ଏହି ଟ୍ରକରେ ୪-୬ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିଶନ୍ ସହିତ ୩.୨ ଲିଟର କ୍ଷମତା ବିଶିଷ୍ଟ ମଲ୍ଟି ଫ୍ୟୁଲ୍ ଡିଜେଲ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଯାହାକୁ ୨୧୫ ଏଚପିର ପାୱାର୍ ଉତ୍ପାଦନ କରିଥାଏ । ଏଥିରେ ଆଗ ଏବଂ ପଛରେ ଜିଫରେନ୍ସିୟଲ୍ ଲକ୍ ସହିତ ୪-ହ୍ୱିଲର୍ ଡ୍ରାଇଭ୍ ସିଷ୍ଟମ୍ ବି ଲଗାଯାଇଛି । ଯାହାକି ଖରାପରୁ ଅତି ଖରାପ ରାସ୍ତାରେ ବି ଅତି ସହଜରେ ଚାଲିପାରିବାରେ ସକ୍ଷମ ଅଟେ । ଏହାର ଅଧିକତ୍ତମ ଗତି ୧୨୦କିମି ପ୍ରତି ଘଣ୍ଟା ହୋଇଥିବା ବେଲେ ଏହି ଟ୍ରକ୍ ମାତ୍ର ୧୨ ସେକେଣ୍ଡରେ ଶୂନ ରୁ ୬୦ କିମି ଗତିକୁ ଛୁଇଁ ନେଇଥାଏ । ସବୁଠୁ ବଡ କଥା ହେଉଛି, ଯଦି କୌଣସି ପରିସ୍ଥିତିରେ ଏହାର ଟାୟାର ଫାଟିଯାଉଛି ତାହେଲେ ବି ଏହା ଅତି ସହଜରେ ୫୦ କିମି ପର୍ଯ୍ୟନ୍ତି ପ୍ଲେଟ୍ ଟାୟାରରେ ଚାରିପାରିବ ।

ତେବେ ଆନନ୍ଦ ମହିନ୍ଦ୍ରା ଏହି ଟ୍ରକର ଗୋଟିଏ ଭିଡିଓ ତାଙ୍କ ଟ୍ୱିଟର୍ ପେଜରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଏବେ ଏବେ ଅରମାଡୋକୁ ଭାରତୀୟ ସେନାଙ୍କୁ ଡେଲିଭର କରାଯାଇଛି । ଏହି ଟ୍ରକ୍ ଖାସ କରି ଭାରତୀୟ ସେନାର ଶସସ୍ତ୍ର ବଳ ପାଇଁ ପ୍ରସ୍ତୁତ କରାଯାଇଛି । ତେବେ ଏହି ଟ୍ରକ୍ ଭାରତୀୟ ସେନାରେ ସାମିଲ ହେଲେ ଭାରତୀୟ ସେନାର ଶକ୍ତି ବଢିବା ସହ ଗୋଟି ଗୋଟି କରି ଆତଙ୍କି ନିପାତ ହେବେ