କନକ ବ୍ୟୁରୋ : କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ମହିମା ମିଶ୍ର । ସୁପ୍ରିମକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଆତ୍ମସମର୍ପଣ କରିଛନ୍ତି ମହିମା । ପାରାଦୀପ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଛନ୍ତି ମହିମା ମିଶ୍ର ।
ସିୱେଜ୍ ସିପିଙ୍ଗ୍ ଓ ଲଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ୧୦ଜଣଙ୍କ ନାଁରେ ଜଗତସିଂହପୁର ପୋଲିସ୍ ଚାର୍ଜସିଟ୍ ଦାଖଲ କରିଥିଲା । ସେମାନଙ୍କ ମଧ୍ୟରେ ଓଡିଶା ଷ୍ଟିଭେଡର୍ସ ଲିମିଟେଡର ଏମଡି ମହିମା ମିଶ୍ର ଓ ତାଙ୍କ କମ୍ପାନୀର ନିର୍ଦ୍ଦେଶକ ବସନ୍ତ ବଳ ରହିିଛନ୍ତି ।
୨୦୧୬ ଅକ୍ଟୋବର ମାସ ୨୬ ତାରଖରେ ପାରାଦୀପ ମଧୁବନ ସ୍ଥିତ ଆମ୍ବେଦକର ଭବନ ନିକଟରେ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୨୦୧୬ ଡିସେମ୍ବର ମାସରେ ବ୍ୟାଙ୍କକକରୁ ମହିମାଙ୍କୁ ଗିରଫ କରିଥିଲା ପୋଲିସ୍ । ତାପରେ ତାଙ୍କୁ ଓଡିଶା ହାଇକୋର୍ଟ ଜାମିନ ଦେଇଥିଲେ । ଅସୁସ୍ଥ ଦର୍ଶାଇ ଜାମିନ ଅବଧି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/Screen-shot-2018-09-19-at-12.47.48-PM-300x186.png)
/kanak/media/post_attachments/wp-content/uploads/2018/09/Screen-shot-2018-09-19-at-12.48.02-PM-300x183.png)