କେତେ ବଦଳିଗଲେ ବଲିଉଡର ଏହି ନାୟିକା, କର୍କଟ ପୀଡିତ ହେବା ପରେ ଶୁଣାଇଲେ ସଂଘର୍ଷର କାହାଣୀ

866

କନକ ବ୍ୟୁରୋ : ବଲିଉଡରୁ ଆସିଛି ଏକ ଦୁଖଦ ଖବର । ବଲିଉଡର ମୋଷ୍ଟ ବ୍ୟୁଟିଫୁଲ ଓ ଟାଲେଣ୍ଟେଡ କଳାକାର ଭାବେ ପରିଚିତ ନାୟିକା ମହିମା ଚୌଧୁରୀ ବ୍ରେଷ୍ଟ କର୍କଟରେ ପୀଡିତ ହୋଇଛନ୍ତି । ଏହି ଖବର ଶୁଣିବା ପରେ ଏବେ ପ୍ରଶଂସକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । କର୍କଟ ପୀଡିତା ମହିମାଙ୍କର ଚେହେରା ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ଏବେ ତାଙ୍କ ଫଟୋ ଦେଖି ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇ ପଡିଛି ।

ବଲିଉଡର ବରିଷ୍ଠ କଳାକାର ଅନୁପମ ଖେର ମହିମାଙ୍କୁ ବ୍ରେଷ୍ଟ କ୍ୟାନସର ହୋଇଥିବା ନେଇ ସୂଚନା ଦେଇଛନ୍ତି । ଏହାସହ ଅନୁପମ ଖେର ମହିମାଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅନୁପମ ଖେର କହୁଛନ୍ତି କି ମହିମା ଚୌଧୁରୀ ବ୍ରେଷ୍ଟ କ୍ୟାନସର ଲଢେଇ କରୁଛନ୍ତି । ଏହାସହ ଅନୁପମ ଖେର ମହିମାଙ୍କୁ ହିରୋ ବୋଲି ଅବିହିତ କରିଛନ୍ତି ।

କହିରଖୁ କି ଗୋଟିଏ ସମୟରେ ବଲିଉଡରେ ନିଜର ସୁନ୍ଦରତା ଓ ନିପୂଣ ଅଭିନୟ ପାଇଁ ଯୁବମାନସରେ ବେଶ୍ ପରିଚିତ ହୋଇପାରିଥିଲେ ମହିମା ଚୌଧୁରୀ । ତାଙ୍କ ସିନେମା ମଧ୍ୟରେ ପରଦେଶ,ଦିଲ୍ଲ ହେ ତୁହ୍ମାରା, ଦାଗ, ଧଡକନ, ଦିଲ କ୍ୟା କରେ, ବଗବାନ, କୁରୁକ୍ଷେତ୍ର, ଖିଲାଡି -୪୨୦ ଆଦି ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା । କୁରୁକ୍ଷେତ୍ର ଚଳଚିତ୍ର ମାଧ୍ୟମରେ ତାଙ୍କୁ ବଲିଉଡରେ ସଫଳତା ମିଳିଥିଲା ।