ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

561

କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଗତକାଲି ସେ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସଂଧ୍ୟାରେ ସେ ବଡ଼ଶଙ୍ଖ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ଦେହ ହାତ ଥରିବା ଆରମ୍ଭ କରିଥିଲା ।

ଏହା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ମହେଶ୍ୱର ମହାନ୍ତି ପ୍ରତି ମାସେ କି ଦୁଇ ମାସରେ ଥରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥାନ୍ତି । ମାସେ ତଳେ ବି ସେ ଅସୁସ୍ଥତା କାରଣରୁ ସେ ଡାକ୍ତରଖାନାରେ ଭର୍ତି ହେବା ସହ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ ।