କୋଣାର୍କରୁ କଳା ଗାଏବ ହେବା ନେଇ ଦିଲ୍ଲୀରେ ହେବ ବୈଠକ ! କେନ୍ଦ୍ରମନ୍ତ୍ରୀଙ୍କ ଡାକରାରେ ଯୋଗ ଦେବେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ।

97

କନକ ବ୍ୟୁରୋ : କଳା କାରୁକାର୍ଯ୍ୟରେ ପୂର୍ଣ୍ଣ କୋଣାର୍କ ମନ୍ଦିରରୁ କଳା ଗାଏବ ହୋଇଯିବା ପରେ ରାଜ୍ୟରେ ଜୋର ଧରିଥିଲା ରାଜନୀତି । କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟପୂର୍ଣ୍ଣ ପଥର ଲାଗିବା ବଦଳରେ ସାଦା ପଥର ଲାଗିବା ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଆସନ୍ତା ୨୮ ତାରିଖରେ ଦିଲ୍ଲୀରେ ବୈଠକ ଡାକିଛନ୍ତି । ଏଥିରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ କୋଣାର୍କ ମନ୍ଦିର ଅଂଚଳର ସ୍ଥାନୀୟ ଦୁଇ ବିଧାୟକ ଯୋଗ ଦେବେ ବୋଲି ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । 

ଅନ୍ୟପଟରେ ବରୁଣେଇରେ ପାଇକ ସ୍ମାରକୀର ଗୋଟିଏ ପ୍ରକଳ୍ପ ଓ ହରିଶଙ୍କର-ନୃସିଂହନାଥ- ରାଣୀପୁର ସର୍କିଟ୍ ବିକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ବିସ୍ତୁୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ପଠାଇଥିଲେ ବି ତାହା ଏପର୍ଯ୍ୟନ୍ତ ଅନୁମୋଦନ ପାଇଲା ନାହିଁ ବୋଲି ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏ ନେଇ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।