ସାଂସଦଙ୍କ କଡ଼ା କଥାକୁ ନେଇ ଚର୍ଚ୍ଚା : କହିଲେ, ଯେଉଁମାନେ ଆମିଷ ଛାଡିବା କଥା କହୁଛନ୍ତି ସେମାନେ ଅଣ୍ଡା ଧରି ବୁଲୁଛନ୍ତି; ପ୍ରତିବାଦକୁ କଟାକ୍ଷ କରି କହିଲେ ଭୁକି ହେଉଛନ୍ତି କୁକୁର

266

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁଙ୍କ କଡା କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାଂସଦ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେଉଁମାନେ ଆମିଷ ବର୍ଜନ କରିଛନ୍ତି, ସେହିମାନେ ହାତରେ ଅଣ୍ଡା ଧରି ବୁଲୁଛନ୍ତି । ଏପରିକି ଯେଉଁମାନେ ସାରାଦେଶରେ କଳା ତାଲିକାଭୁକ୍ତ ହୋଇଛନ୍ତି ସେମାନେ କଳା ପତାକା ଦେଖାଉଛନ୍ତି ବୋଲି ଅତି କଡା ଶବ୍ଦରେ ଆକ୍ଷେପ କରିଛନ୍ତି ସାଂସଦ ମହେଶ ସାହୁ ।

କଥାହେଲା ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ କରୁଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ବେଳେ କଳା ପାତାକା ପ୍ରଦର୍ଶନ ଓ ମନ୍ତ୍ରୀମାନଙ୍କ ଗାଡି ଉପରକୁ ଅଣ୍ଡାମାଡ କରି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି । ତେଣୁ ଏହାକୁ ନେଇ ବିରୋଧୀଙ୍କୁ ଆକ୍ଷେପ କରିଛନ୍ତି ସାଂସଦ ମହେଶ ସାହୁ ।

ତେବେ ବିରୋଧୀଙ୍କ ଏଭଲି କାର୍ଯ୍ୟକଳାପରେ ପ୍ରତିଶୋଧ ପରାୟଣ ନହେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କଥା ସେ କହିଛନ୍ତି । ଏବଂ ଶେଷରେ କୁକୁର ଭୁକି ହେଉଥିବେ ବୋଲି ଅତି କଡା ଶବ୍ଦରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିରୋଧୀଙ୍କୁ ଆପେକ୍ଷ କରିବାକୁ ଯାଇ ସାଂସଦ ଅତି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହେଉଛି । ସାଂସଦଙ୍କ ଏଭଳି ଆକ୍ଷେପକୁ ନେଇ ଜିଲ୍ଲା କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।