ସାମ୍ନାକୁ ଆସିଲା ମହେଶ ଭଟ୍ଟ-ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟ୍ସଆପ୍ ଚାଟ । ସୁଶାନ୍ତଙ୍କ ଘର ଛାଡିବା ପରେ ପରେ ପରେ ଭଟ୍ଟଙ୍କ ସହ କଥା ହୋଇଥିଲେ ରିଆ : ଦେଇଥିଲେ ଧନ୍ୟବାଦ

3,123

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା । ଏବେ ସାମ୍ନାକୁ ଆସିଛି ରିୟା ଚକ୍ରବର୍ତି ଏବଂ ମହେଶ ଭଟ୍ଟଙ୍କ ହ୍ୱାଟସ୍ ଆପ୍ ଚାଟିଂ । ଚାଟିଂରୁ ଜଣାପଡୁଛି ରିୟା ଚକ୍ରବର୍ତି ନିଜେ ନିଜ ଆଡୁ ସୁଶାନ୍ତଙ୍କ ସହିତ ସଂପର୍କ ଛିନ୍ନ କରିଥିଲେ । ୮ ଜୁନକୁ ଯେତେବେଳେ ରିୟା ସୁଶାନ୍ତଙ୍କ ଘର ଛାଡିଥିଲେ ସେତେବେଳେ ସେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସହିତ କଥା ହୋଇଥିଲେ । ସୁଶାନ୍ତ ସିଂଙ୍କ ସହିତ ସଂପର୍କକୁ ନେଇ ସେ ମହେଶ ଭଟ୍ଟଙ୍କ ସହିତ ହ୍ୱାଟସ ଅପ୍ ମେସେଜରେ କଥା ହୋଇଥିଲେ । ଏବେ ଏହି ଚାଟିଂ ଭାଇରାଲ ହେବାରେ ଲାଗିଛି । ଏଥିରୁ ଆକଳନ କରାଯାଉଛି ରିୟା ନିଜେ ସୁଶାନ୍ତଙ୍କ ସହିତ ସଂପର୍କ ଛିନ୍ନ କରିଥିଲେ ।

ଏଯାଏଁ ଏପରି କୁହାଯାଉଥିଲା, ସୁଶାନ୍ତଙ୍କ କହିବା ଅନୁସାରେ ୮ ଜୁନରେ ରିୟା ତାଙ୍କର ଘର ଛାଡି ଚାଲିଯାଇଥିଲେ । ରିୟା ମଧ୍ୟ ନିଜ ବୟାନରେ କହିଥିଲେ କି ସେ ଏପରି କରି ଖୁସି ନାହାନ୍ତି । କିନ୍ତୁ ଏବେ ଲିକ୍ ହୋଇଥିବା ହ୍ୱାଟସ୍ ଆପ୍ ଚାଟିଂର ଅଂଶ କିଛି ଅଲଗା ବୋଲି ଜଣାପଡିଛି । ଏହି ଚାଟିଂ ସ୍ପଷ୍ଟ କରୁଛି ରିୟା ସୁଶାନ୍ତଙ୍କ ସହିତ ଖୁସି ନଥିଲେ । ଏହି ହ୍ୱାଟସ୍ ଆପ୍ ରେ ଲେଖା ରହିଛି ଆୟେଶା ଆଗକୁ ବଢି ଯାଇଛି ସାର୍ । ଦୁଃଖୀ ହୃଦୟ ସହିତ ଶାନ୍ତିର ସହ । ଆପଣଙ୍କ ସହିତ ଶେଷ କଥାବାର୍ତା ମୋର ଆଖି ଖୋଲି ଦେଇଥିଲା । ଆପଣ ମୋ ପାଇଁ ଦେବଦୂତ । ଆପଣ ସେତେବେଳେ ଥିଲେ , ଏବେ ବି ଅଛନ୍ତି ।

ତେବେ ଏହି ହ୍ୱାଟସ୍ ଆପ୍ ଚାଟରେ ରିୟାଙ୍କୁ ମହେଶ ଭଟ୍ଟ ଦେଇଥିଲା ରିପ୍ଲାଏ ମଧ୍ୟ ଅତି ଚମକ୍ରାର ରହିଥିଲା । ମହେଶ ରିୟାଙ୍କୁ ଲେଖିଛନ୍ତି ତୁମେ ପଛକୁ ବୁଲି ଦେଖନାହିଁ । ଆପଣଙ୍କ ବାପାଙ୍କୁ ମୋର ସ୍ନେହ ଦେବ । ଏବେ ସେ ଅନେକ ଖୁସି ହେବେ । ଏହି ଚାଟିଂ ମଧ୍ୟରେ ରିୟାଙ୍କ ବାପାଙ୍କ ନାଁ ମଧ୍ୟ ଆସୁଛି । ଏହା ସ୍ପଷ୍ଟ କରୁଛି ସୁଶାନ୍ତ ସିଂ ରାଜପୁତ ଏବଂ ରିୟାଙ୍କ ସଂପର୍କକୁ ନେଇ ରିୟାଙ୍କର ବାପା ଖୁସିନଥିଲେ । ଭାଇରାଲ ଚାଟ୍ ରେ ରିୟା ଲଗାତର ମହେଶ ଭଟ୍ଟଙ୍କ ପ୍ରଶଂସା କରିଚାଲିଛନ୍ତି । ରିୟା ଏଥିରେ ଉଲ୍ଲେଖ କରିଛନ୍ତି ଆପଣ ମୋତେ ଆଜାଦ୍ କରିଦେଲେ । ଆପଣ ମୋ ଜୀବନରେ ଭଗବାନଙ୍କ ପରି । ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ହ୍ୱାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିଲାଣି । ସିବିଆଇ ଏ ଦିଗରେ ମଧ୍ୟ ତଦନ୍ତ କରିପାରେ ।