ସରକାରଙ୍କ ନିଷ୍ପତ୍ତିଠାରୁ ଆଗୁଆ ରହିଛି ସିନେମା ! ବର୍ଷେ ତଳେ ନିଷ୍ପତ୍ତି ନେଇଥିଲେ ରିଲ୍ ମୁଖ୍ୟମନ୍ତ୍ରୀ , ଏବେ ସତ କରି ଦେଖାଇଲେ ରିୟଲ୍ ସରକାର

Advertisment
ସରକାରଙ୍କ ନିଷ୍ପତ୍ତିଠାରୁ ଆଗୁଆ ରହିଛି ସିନେମା ! ବର୍ଷେ ତଳେ ନିଷ୍ପତ୍ତି ନେଇଥିଲେ ରିଲ୍ ମୁଖ୍ୟମନ୍ତ୍ରୀ , ଏବେ ସତ କରି ଦେଖାଇଲେ ରିୟଲ୍ ସରକାର

ଜୁନ୍ ୨୪ ତାରିଖରେ ସରକାର ନୂଆ ମୋଟର୍ ଯାନ ଆଇନକୁ ମଞ୍ଜୁରୀ ଦେଲେ । ଆଉ ଏହି ଆଇନ୍ ଆଗତ ହେବା ପରେ ବଢିଲା ଲୋକଙ୍କ ଚିନ୍ତା । ଏବେ ରାଜରାସ୍ତାରେ ନା ସାପଭଳି ଗାଡି ଗଡିବ , ନା ମଦ ପିଇ କେଉଁ ଡ୍ରାଇଭର୍ ଧରାପଡିବ, ନା ବାଇକ୍ ଆରୋହୀଙ୍କ ମୁଣ୍ଡରୁ ହେଲମେଟ୍ ଓହ୍ଲିବ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବେ ଆଉ କେହି କହିବେନି ସାର୍ ଗାଡିର କାଗଜପତ୍ର ଘରେ ଭୁଲିଯାଇଛି । କାରଣ ଆକ୍ସନକୁ ଆସିଯାଇଛନ୍ତି ଟ୍ରାଫିକ୍ ପୋଲିସ୍ । ଏବେ ରାସ୍ତାରେ ଜରିମାନା ଗଣୁଥିବା ଲୋକ ନିଜକୁ କନ୍ୟାପିତା ଭାବୁଛନ୍ତି ଏବଂ ଟ୍ରାଫିକ୍ ପୋଲିସଙ୍କୁ ମୋଟାଅଙ୍କର ଯୌତୁକ ଗଣୁଛନ୍ତି । ଘରୁ ଗାଡି ବାହାର କଲା ବେଳେ ଖାମଖିଆଲ୍ ଭାବ ନୁହଁ ଆଲର୍ଟ ହୋଇ ବାହାରୁଛନ୍ତି ଗାଡି ଚାଳକ । ତେବେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିବା ସରକାର ଏଭଳି ଗୁରୁ ନିଷ୍ପତ୍ତି କାହିଁକି ନେଲେ ଏବଂ କାହା ପ୍ରରୋଚନାରେ ନେଲେ ଏହାକୁ ନେଇ ଦେଖାଦେଉଛି ତର୍କବିତର୍କ । ସୋସିଆଲ୍ ମିଡିଆରେ ଏବେ ଏକ ସିନେମାର ଭିଡିଓ ଭାଇରାଲ୍ ହେଉଛି ଯାହା ଟ୍ରାଫିକ୍ ନିୟମ ସହ ସଂବନ୍ଧ ଥିବା କଥା କୁହାଯାଉଛି ।

publive-image

ଲୋକ କୁହନ୍ତି , ସମାଜକୁ ଆଇନା ଦେଖାଏ ସିନେମା । କିନ୍ତୁ ବେଳେ ବେଳେ ଏହି ଆଇନା ଯେ ଭବିଷ୍ୟତ ବିଷୟରେ ଅବଗତ କରାଇଦିଏ ତାହା ବର୍ତ୍ତମାନ ଗାଡି ଚାଳକ ଭାବୁଥିବେ । ସରକାରଙ୍କ ଏହି ବିଲ୍ ପାସ୍ ହେବା ପରେ ଏଭଳି ଏକ ସିନେମାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ରିଲ୍ ଲାଇଫର ମୁଖ୍ୟମନ୍ତ୍ରୀ ଗତବର୍ଷ ହିଁ ଏହି ନିଷ୍ପତ୍ତି ଶୁଣାଇ ଦେଇଥିଲେ ।ତେଲୁଗୁ ସିନେମା “ଭାରତ ଅନେ ନେନୁ” ରେ ଅଭିନେତା ମହେଶ୍ ବାବୁଙ୍କ ଏକ ଦୃଶ୍ୟ ରହିଛି । ଯେଉଁଥିରେ ସେ ଢିଲା ଟ୍ରାଫିକ୍ ବ୍ୟବସ୍ଥାକୁ କଠୋର କରିବା ପାଇଁ ଜରିମାନା ବ୍ୟବସ୍ଥାକୁ ବଢାଇଛନ୍ତି ।

publive-image

ହଜାରେ , ପାଞ୍ଚଶହ ତଣ୍ଡକୁ ବଢାଇ ୨୦ ରୁ ୩୦ ହଜାର କରୁଛନ୍ତି । ଦୃଶ୍ୟରେ ଅଭିନେତା କହୁଛନ୍ତି , ଲୋକଙ୍କ ମନରେ ଡର ସୃଷ୍ଟି କଲେ ହିଁ ଟ୍ରାଫିକ୍ ବ୍ୟବସ୍ଥା ଦୃଢ ହେବ । ସିନେମାରେ ଏଭଳି ନିଷ୍ପତ୍ତି ପରେ ଜନତା ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ରୋଧ ଜାହିର୍ କଲେ ମଧ୍ୟ କିଛି ଦିନ ପରେ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆସେ ଏବଂ ଲୋକଙ୍କୁ ଜରିମାନା ଦେବାକୁ ପଡେ ନାହିଁ । ୨୦୧୮ ରେ ଆସିଥିବା ଏହି ସିନେମାରେ ଅଭିନେତା ମହେସ୍ ବାବୁ ମୁଖ୍ୟମନ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ ।

ବର୍ତ୍ତମାନ ସୋସିଆଲ୍ ମିଡିିଆରେ ସରକାର ଏହି ସିନେମାକୁ କପି କରି ଏଭଳି ନିଷ୍ପତ୍ତି ନେବା କଥା ଲୋକେ କହୁଛନ୍ତି । ତେବେ ଆଗକୁ ଲୋକ ଦାୟିତ୍ୱବାନ ହୋଇ ଟ୍ରାଫିକ୍ ନିୟମକୁ ଫଲୋ କରୁଛନ୍ତି ନା ଜରିମାନାର ଏହି ଢାଞ୍ଚା ଆଗକୁ ବଢୁଛି ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe