ସାଉଥଷ୍ଟାର ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ, ୨ ମାସ ପୂର୍ବରୁ ମା’ ଚାଲିଯାଇଥିଲେ ଆରପାରିକୁ ।

ସାଉଥଷ୍ଟାର ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ, ୨ ମାସ ପୂର୍ବରୁ ମା’ ଚାଲିଯାଇଥିଲେ ଆରପାରିକୁ ।

କନକ ବ୍ୟୁରୋ: ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ପାଇଁ ଚଳିତବର୍ଷ ଖରାପ ବୋଲି ପ୍ରମାଣିତ ହୋଇଛି । ନିକଟରେ ତାଙ୍କ ମା’ଙ୍କ ପରଲୋକ ହୋଇଥିଲା । ମହେଶଙ୍କ ବାପା କୃଷ୍ଣ ଘଟ୍ଟାମନେନୀଙ୍କ ଦେହାନ୍ତ ହୋଇଛି । ୭୯ ବର୍ଷ ବୟସରେ କୃଷ୍ଣଙ୍କର ପରଲୋକ ହୋଇଥିବାବେଳେ ସେ ସୁପରଷ୍ଟାର କୃଷ୍ଣଙ୍କ ନାଁରେ ବେଶ ଜଣାଶୁଣା ଥିଲେ । ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ସକଳଳ ୪ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି ।

ସୂଚନା ମୁତାବକ, ସେମାବର ହୃଦଘାତ କାରଣରୁ କୃଷ୍ଣ ଘଟ୍ଟାମନେନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦେହାନ୍ତରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଶୋକପ୍ରକାଶ କରିଛନ୍ତି । ମହେଶ ବାବୁଙ୍କୁ ବାପାଙ୍କ ଖବର ଶୁଣି ତାଙ୍କ ପ୍ରଶଂସକମାନେ ମଧ୍ୟରେ ଶୋକର ଛାୟା ଖେଳିଯାଇଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଓ ସେଲିବ୍ରିଟିମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe