କନକ ବ୍ୟୁରୋ : ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଝାଡଖଣ୍ଡର ବଡ କରଦାତା ହୋଇଛନ୍ତି । ସେ ଚଳିତ ଆର୍ଥିକ ବର୍ଷରେ ୧୭ କୋଟି ଟଙ୍କା ଅଗ୍ରୀମ କର ଜମା କରିଛନ୍ତି । ଗତବର୍ଷ ଏହି ଟ୍ୟାକ୍ସର ପରିମାଣ ୧୩ କୋଟି ଟଙ୍କା ଥିଲା । ଗତବର୍ଷ ତୁଳନାରେ ସେ ଏହି ବର୍ଷ ଅଧିକ ୪ କୋଟି ଟଙ୍କା କର ଦେଇଛନ୍ତି । ଏଥିରୁ ଆକଳନ କରାଯାଉଛି କି ଗତବର୍ଷ ତୁଳନାରେ ଚଳିତ ବର୍ଷ ଧୋନୀଙ୍କ ଆୟ ୩୦ ପ୍ରତିଶତ ବୃଦ୍ଧି ପାଇଛି ।
ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମହେନ୍ଦ୍ର ସିଂ ଧୋନୀ ଝାଡଖଣ୍ଡରେ ରହିଥାନ୍ତି । ସେ ଅର୍ନ୍ତଜାତୀୟ କ୍ରିକେଟରେ ପାଦ ଦେବା ପୂର୍ବରୁ ଝାଡଖଣ୍ଡ ପାଇଁ କ୍ରିକେଟ ଖେଳୁଥିଲେ । ସେ ୨୦୧୫ ଓ ୨୦୧୭ ମସିହାରେ ଝାଡଖଣ୍ଡ ଟିମରେ ଅଧିନାୟକ ପଦ ସମ୍ଭାଳିଥିଲେ ।
ଧୋନୀ କ୍ରିକେଟରୁ ଅବସର ନେବା ପରେ ବ୍ୟବସାୟ ସହ ବିନିଯୋଗ ମଧ୍ୟ କରିଛନ୍ତି । ସେ ଅର୍ଗାନିକ ଚାଷ କରୁଛନ୍ତି । ଏଥିରୁ ଉତ୍ପାଦିତ ଶଷ୍ୟକୁ ଦୁବାଇ ପଠାଉଛନ୍ତି । ସେପଟେ ଏବେ ବି ଧୋନୀ ଅନେକ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି । ସେ ଖାତା-ବୁକ୍ ଆପର ସ୍ପନ୍ସର ରହିବା ସହ ଏଥିରେ ବି ଅର୍ଥ ବିନିଯୋଗ କରିଛନ୍ତି ।