ଟି-ଟ୍ୱେଂଟି କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀଙ୍କ ଆଉ ଏକ ରେକର୍ଡ : ଆଇପିଏଲରେ ଶହେ କ୍ୟାଚ୍ ଧରିବାର ରେକର୍ଡ ହାସଲ କଲେ ଚେନ୍ନାଇ ସୁପରକିଙ୍ଗସ ଅଧିନାୟକ; ଦୀନେଶ କାର୍ତ୍ତିକଙ୍କ ପରେ ଦ୍ୱିତୀୟ ସ୍ଥାନରେ ମାହି

291
କନକ ବ୍ୟୁରୋ : ଆଇପିଏଲ୍ ଟି-ଟ୍ୱେଂଟି କ୍ରିକେଟ୍ ମହେନ୍ଦ୍ର ସିଂ ଧୋନୀଙ୍କ ଆଉ ଏକ ରେକର୍ଡ । ଆଇପିଏଲରେ ଶହେ କ୍ୟାଚ୍ ଧରିବାର ରେକର୍ଡ ହାସଲ କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ।  କିଙ୍ଗସ ଇଲେଭନ୍ସ ପଂଜାବ ବିରୋଧରେ ଖେଳାଯାଇଥିବା ମ୍ୟାଚ୍ରେ ଶହ ତମ କ୍ୟାଚ୍ ଧରିଛନ୍ତି ମହେନ୍ଦ୍ର ସିଂହ ଧୋନୀ ।  ଧୋନୀ ଦ୍ୱିତୀୟ ଖେଳାଳି ଭାବେ ଶହେ କ୍ୟାଚ୍ ଧରିଛନ୍ତି । ଏହା ପୂର୍ବରୁ କୋଲକତା ନାଇଟ୍ ରାଇଡର୍ସର ଅଧିନାୟକ ଦୀନେଶ କାର୍ତ୍ତିକ ସର୍ବାଧିକ କ୍ୟାଚ୍ ଧରିବାର ରେକର୍ଡ କରିଛନ୍ତି ।
ଦୀନେଶ କାର୍ତ୍ତିକ ବର୍ତ୍ତମାନ ସୁଦ୍ଧା ୧୩୩ଟି କ୍ୟାଚ୍ ଧରିଛନ୍ତି ।  ଦୀନେଶ କାର୍ତ୍ତିକ ୧୮୬ ମ୍ୟାଚ୍ ଖେଳି ୧୩୩ଟି କ୍ୟାଚ୍ ଧରିଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ୧୯୫ଟି ମ୍ୟାଚ୍ ଖେଳି ଶହେତମ କ୍ୟାଚ୍ ଧରିଛନ୍ତି । ସେହିପରି ଟି-ଟ୍ୱେଂଟି ବ୍ଲାଷ୍ଟ ଲିଗରେ ଖେଳୁଥିବା ଫିଲ୍ ମୁର୍ସାଦଙ୍କ ନାଁରେ ୮୦ଟି କ୍ୟାଚ୍ ଧରିବାର ରେକର୍ଡ ରହିଛି ।