କନକ ବ୍ୟୁରୋ : ଆଇପିଏଲ୍ ଟି-ଟ୍ୱେଂଟି କ୍ରିକେଟ୍ ମହେନ୍ଦ୍ର ସିଂ ଧୋନୀଙ୍କ ଆଉ ଏକ ରେକର୍ଡ । ଆଇପିଏଲରେ ଶହେ କ୍ୟାଚ୍ ଧରିବାର ରେକର୍ଡ ହାସଲ କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ । କିଙ୍ଗସ ଇଲେଭନ୍ସ ପଂଜାବ ବିରୋଧରେ ଖେଳାଯାଇଥିବା ମ୍ୟାଚ୍ରେ ଶହ ତମ କ୍ୟାଚ୍ ଧରିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଧୋନୀ ଦ୍ୱିତୀୟ ଖେଳାଳି ଭାବେ ଶହେ କ୍ୟାଚ୍ ଧରିଛନ୍ତି । ଏହା ପୂର୍ବରୁ କୋଲକତା ନାଇଟ୍ ରାଇଡର୍ସର ଅଧିନାୟକ ଦୀନେଶ କାର୍ତ୍ତିକ ସର୍ବାଧିକ କ୍ୟାଚ୍ ଧରିବାର ରେକର୍ଡ କରିଛନ୍ତି ।
ଦୀନେଶ କାର୍ତ୍ତିକ ବର୍ତ୍ତମାନ ସୁଦ୍ଧା ୧୩୩ଟି କ୍ୟାଚ୍ ଧରିଛନ୍ତି । ଦୀନେଶ କାର୍ତ୍ତିକ ୧୮୬ ମ୍ୟାଚ୍ ଖେଳି ୧୩୩ଟି କ୍ୟାଚ୍ ଧରିଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ୧୯୫ଟି ମ୍ୟାଚ୍ ଖେଳି ଶହେତମ କ୍ୟାଚ୍ ଧରିଛନ୍ତି । ସେହିପରି ଟି-ଟ୍ୱେଂଟି ବ୍ଲାଷ୍ଟ ଲିଗରେ ଖେଳୁଥିବା ଫିଲ୍ ମୁର୍ସାଦଙ୍କ ନାଁରେ ୮୦ଟି କ୍ୟାଚ୍ ଧରିବାର ରେକର୍ଡ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/8.jpg)
/kanak/media/post_attachments/wp-content/uploads/2020/10/ms-dhoni-catch-jpg2-1601830574.jpg)