କନକ ବ୍ୟୁରୋ : ବରିଷ୍ଠ ଯାତ୍ରା କଳାକାର ମହେନ୍ଦ୍ର ଦାସ ଓରଫ ଭିକୁ ସେଠଙ୍କ ଦେହାନ୍ତ । କଟକ ଚୌଦ୍ୱାରରେ ହୃଦଘାତରେ ଆଖି ବୁଜିଛନ୍ତି ଏହି ବରିଷ୍ଠ ଅଭିନେତା । ସୂଚନା ଅନୁସାରେ ଗତକାଲି ରାତିରେ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା ଏବଂ ହସ୍ପିଟାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଛି । ଜଲିଉଡର ଏହି ଚର୍ଚ୍ଚିତ କଳାକାର ପ୍ରାୟ ୩୦ ବର୍ଷ ଧରି ଯାତ୍ରା ମଂଚରେ ରାଜ କରିଛନ୍ତି । ମହେନ୍ଦ୍ର ଦାସ ଭିଲେନ ଚରିତ୍ରରେ ମଂଚକୁ ଆସିବା ପରେ ଦର୍ଶକଙ୍କ ତାଳିରେ ଫାଟି ପଡୁଥିଲା ପୁରା ପରିବେଶ । ବହୁ ଆଦ୍ରୁତ ଯାତ୍ରା ସାଗୁଣା ବସିଛି ଡେଣା ମେଲାଇରୁ ତାଙ୍କୁ ପ୍ରସିଦ୍ଧି ମିଳିଥିଲା ।
ଏହି ଯାତ୍ରାରେ ଭିକୁସେଠ ଭାବେ ତାଙ୍କ ଚରିତ୍ର ଓ ଡାଏଲଗକୁ ଆଜିଯାଏଁ ମନେ ରଖିଛନ୍ତି ଦର୍ଶକ । କଳିଙ୍ଗ ଗଣନାଟ୍ୟରେ ସେ ବହୁଦିନ ଧରି କାମ କରିଥିଲେ । ଗୋଟିଏ ସମୟରେ ତାଙ୍କୁ ନେଇ କଳିଙ୍ଗ ଗଣନାଟ୍ୟ ମଧ୍ୟ ନିଜର ପରିଚୟ ତିଆରି କରିଥିଲା । ପାର୍ବତୀ ଗଣନାଟ୍ୟ ଓ ଧଉଳି ଗଣନାଟ୍ୟରେ ମଧ୍ୟ ସେ ଅଭିନୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/26-6.jpg)