ବିଜେଡିରେ ସାମିଲ ହେଲେ ମହେନ୍ଦ୍ର ବଢେଇ । ନୂଆପଡାର ସହକାରୀ ଜିଲ୍ଲାପାଳ ଭାବେ ତୁଲାଇଛନ୍ତି ଦାୟିତ୍ୱ, ଉପ-ନିର୍ବାଚନ ପୂର୍ବରୁ ପଦ୍ମପୁରରେ ବଳ ଗୋଟାଉଛି ବିଜେଡି ।

ବିଜେଡିରେ ସାମିଲ ହେଲେ ମହେନ୍ଦ୍ର ବଢେଇ । ନୂଆପଡାର ସହକାରୀ ଜିଲ୍ଲାପାଳ ଭାବେ ତୁଲାଇଛନ୍ତି ଦାୟିତ୍ୱ, ଉପ-ନିର୍ବାଚନ ପୂର୍ବରୁ ପଦ୍ମପୁରରେ ବଳ ଗୋଟାଉଛି ବିଜେଡି ।

କନକ ବ୍ୟୁରୋ : ଗୋଟିଏ ପଟେ ଉପ-ନିର୍ବାଚନ ପାଇଁ ପଦ୍ମପୁର ରାଜନୀତି ସରଗରମ ଥିବା ବେଳେ ୩ ଦଳ ପକ୍ଷରୁ ଆଜି ନାମାଙ୍କନପତ୍ର ଦାଖଲ କରାଯିବ । ଆଉ ଏସବୁ ଭିତରେ ଆଜି ବିଜେଡି ପଦ୍ମପୁରରେ ନିଜର ଶକ୍ତି ବଢାଇଛି । ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ବିଧିବଦ୍ଧ ଭାବେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ମହେନ୍ଦ୍ର ନୂଆପଡା ଜିଲ୍ଲାର ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ବେଳେ କିଛି ଦିନ ତଳେ  ଚାକିରିରୁ ସ୍ବେଛାକୃତ ଅବସର ନେଇଥିଲେ। ମହେନ୍ଦ୍ରଙ୍କ ଘର ପଦ୍ମପୁରରେ ହୋଇଥିବା ବେଳେ ଉପ ନିର୍ବାଚନ ପୂର୍ବରୁ ତାଙ୍କ ଯୋଗଦାନ ଦଳକୁ ସୁଦୃଢ଼ କରିବ ବୋଲି କୁହାଯାଉଛି।

ବିଜେଡିରେ ଯୋଗ ଦେବା ପରେ ମହେନ୍ଦ୍ର ବଢ଼େଇ କହିଛନ୍ତି, ପୂର୍ବରୁ ସରକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିଛି, ଏବେ ବିଜେଡି କର୍ମୀ ଭାବେ ଲୋକଙ୍କ ସେବା କରିବି ।  ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ସୁଚାରୁ ରୂପେ ତୁଲାଇବି । ଏହାସହ ମହେନ୍ଦ୍ର କହିଛନ୍ତି,  ପୂର୍ବରୁ ଚାଷୀଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲୁ। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇ ଇନପୁଟ ସହାୟତା ଘୋଷଣା କରିବା  ସହ  କେନ୍ଦ୍ର ସରକାରଙ୍କୁ କହି ବୀମା ସମସ୍ୟା ସମାଧାନ କରାଇଥିବାରୁ ସମସ୍ତ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।  ପଦ୍ମପୁରରେ ବିଜେଡି ଏକ ହୋଇ ଲଢୁଛି, ଏଠାରେ ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ପରିମାଣରେ ଜିତିବେ ବୋଲି ମହେନ୍ଦ୍ର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe