ଦକ୍ଷୀଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୭ ବର୍ଷ ଜେଲ ଦଣ୍ଡ । ତାଙ୍କ ନାମରେ ଥିଲା ଅର୍ଥ ହେରଫେର ଭଳି ଗମ୍ଭୀର ମାମଲା ।

267

କନକ ବ୍ୟୁରୋ : ଦକ୍ଷୀଣ ଅଫ୍ରିକା ଡର୍ବାନର ଏକ ଅଦାଲତ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୬୦ ଲକ୍ଷ ରେଣ୍ଡ (ସାଉଥ୍ ଅଫ୍ରିକାର ମୁଦ୍ରା) ହେରଫେର ମାମଲା ଓ କିଛି ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସୋମବାର ଦିନ ଡର୍ବାନ କୋର୍ଟ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀ ଆଶିଷ ଲତା ରାମଗୋବେନଙ୍କ ବିରୋଧରେ ଏଭଳି ଦଣ୍ଡ ଶୁଣାଇଛନ୍ତି । ରାମଗୋବେନଙ୍କ ଉପରେ ଶିଳ୍ପପତି ଏସଆର ମହାରାଜଙ୍କୁ ଠକେଇ କରିଥିବା ଭଳି ମମଲା ଥିଲା । କୁହାଯାଉଛି କି ଏସଆର ମହାରାଜଙ୍କୁ ଭାରତରୁ କିଛି ସାମଗ୍ରୀ ଆମଦାନୀ ଓ ସୀମା ଶ୍ଳୁକ ଛାଡ କରିବା ନେଇ ତାଙ୍କ ଠାରୁ ୬୦ ଲକ୍ଷ ରେଣ୍ଡ ଆଣିଥିଲେ ଓ କଥା ଦେଇଥିଲେ କି ଏହାଦ୍ୱାରା ହେବାକୁ ଥିବା ଲାଭରୁ କିଛି ଅଂଶ ସେ ମହାରାଜଙ୍କୁ ଦେବେ ।

କହିରଖୁ କି ଲତା ରାମଗୋବେନ ଜଣାଶୁଣା ମାନବାଧିକାର କର୍ମକର୍ତ୍ତା ଇଲା ଗାନ୍ଧୀ ଓ ସ୍ୱର୍ଗତଃ ମେବା ରାମଗୋବିନ୍ଦଙ୍କର ସନ୍ତାନ ଅଟନ୍ତି । ୨୦୧୫ ରେ ଏେଇ ଲତା ରାମଗୋବେନଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା । ସେତେବେଳେ ରାଷ୍ଟ୍ରୀୟ ଅଭିଯାନ ପ୍ରାଧିକରଣ (ଏନପିଏ) ର ବ୍ରିଗେଡିୟର ଇଙ୍ଗବାନୀ ମୁଲୋଦଜୀ କହିଥିଲେ କି ରାମଗୋବେନ ନିବେଶକ ମାନଙ୍କୁ ବିଶ୍ୱାସ ଦେଇଥିଲେ କି ଭାରତରୁ ୩ ଟି କଣ୍ଟେନରରେ ଲିନେନ୍ ଆସୁଛି । କେବଳ ସେତିକି ନୁହେଁ ସେ ନିବେଶକ ମାନଙ୍କୁ ଜାଲ ଦସ୍ତାବିଜ ବି ପ୍ରଦାନ କରିଥିଲେ ।

ସେତେବେଳେ ଲତା ରାମଗୋବେନଙ୍କୁ କୋର୍ଟ ୫୦ ହଜାର ରେଣ୍ଡରେ ଜାମିନ୍ ପ୍ରଦାନ କରିଥିଲେ । ସୋମବାର ଦିନ ଶୁଣାଣି ବେଳେ କୋର୍ଟକୁ ସୂଚନା ଦିଆଯାଇଥିଲା କି ଲତା ରାମଗୋବେନ ୨୦୧୫ ମସିହା ଅଗଷ୍ଟ ମାସରେ ନ୍ୟୁ ଆଫ୍ରିକା ଆଲାୟନ୍ସ ଫୁଟୱେରର ନିର୍ଦ୍ଦେଶକ ଏସଆର ମହାରାଜଙ୍କୁ ଭେଟିଥିଲେ । ରାମଗୋବେନ ମହାରାଜଙ୍କୁ କହିଥିଲେ କି, ସେ ସାଉଥ୍ ଆଫ୍ରିକାନ ହସ୍ପିଟାଲ ଗ୍ରୁପ ‘ନେଟ୍ କେୟାର’ ପାଇଁ ୩ କଣ୍ଟେନର ଲିନେନ୍ ମଗାଇଥିଲେ । ଏନେଇ ସମସ୍ତ ଦସ୍ତାବିଜ ଯାଂଚ ପରେ ମହାରାଜ ଲିଖିତ ଚୁକ୍ତିପତ୍ର ମାଧ୍ୟମରେ ଲତା ରାମଗୋବେନଙ୍କୁ ଋଣ ଦେଇଥିଲେ । ଏହାପରେ ମହାରାଜ ଜାଣିବାକୁ ପାଇଥିଲେ କି ଲତା ରାମଗୋବେନ ତାଙ୍କ ସହିତ ଧୋକ୍କା କରିଛନ୍ତି । ଏହାପରେ ମହାରାଜ ଲତାଙ୍କ ନାମରେ ଅପରାଧିକ ମାମଲା ଦାଖଲ କରିଥିଲେ ।

ଏହି ମାମଲାର ଶୁଣାଣି କରି ଡରର୍ବାନ କୋର୍ଟ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।