କରୋନା କାଳରେ ଜୟପୁରରେ ମହାଠକେଇ : ଗ୍ରୋସରୀ ନାଁରେ ଅନଲାଇନରେ ୧୫ ଲକ୍ଷ ଠକି ଦଲାଲ ମାରିଲା ଚମ୍ପଟ; ଅଫିସରେ ତାଲା, ଶହେରୁ ଅଧିକ ଯୁବକ ଯୁବତୀ ଥାନାର ଦ୍ୱାରସ୍ଥ

301

କନକ ବ୍ୟୁରୋ : କରୋନା କାଳରେ ମହାଠକେଇ । ଜଣେ କି ୨ ଜଣ ନୁହେଁ ଏକାସାଙ୍ଗେ ୧୫ ଶହ ଲୋକଙ୍କଠାରୁ ୧୫ଲକ୍ଷ ଠକି ନେଇଥିଲା ଏଜେନ୍ସ ମାଲିକ । ଅଫିସରେ ପଡିଲା ତାଲା । ଆଉ ଠକି ହୋଇଗଲେ ପାଠୁଆ ଯୁବକ ଯୁବତୀ । ଏଭଳି ଘଟଣା ସାମ୍ନାକୁ ଆସିଛି କୋରାପୁଟ ଜୟପୁରରୁ । ଖବର ଅନୁସାରେ, କରୋନା ସମୟରେ ଘରେ ଘରେ ଲୋକଙ୍କୁ ୩୦ ପ୍ରତିଶତ ରିହାତିରେ ଗ୍ରୋସରୀ ପଂହଚାଇବା ପାଇଁ ସହରର ଏକ ସାହି ଭିତରେ ଖୋଲିଥିଲା ଅନ୍ନପୂର୍ଣ୍ଣା ଏଜେନ୍ସି । ଏଥରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରୁ ୧୫ ଶହ ଲୋକ ଯୋଡିହୋଇଥିଲେ । ଏଥିପାଇଁ ଘରପିଚ୍ଛା ୨୭୫ ଟଙ୍କା କଲେକ୍ସନ ହୋଇଥିଲା । ଏହି କାମ ପାଇଁ ୧୩୦ ଜଣ ନିଯୁକ୍ତି ବି ପାଇଥିଲେ । କିନ୍ତୁ ୩ ମାସ ପରେ ବି ନା ମିଳିଥିଲା ଦରମା ନା ମିଳିଲା ଗ୍ରୋସରୀ ସାମଗ୍ରୀ । ଏବେ ସବୁ ଟଙ୍କା ନେଇ ଚମ୍ପଟ ମାରିଛି ଏଜେନ୍ସି ମାଲିକ ।

ଟଙ୍କା ଫେରସ୍ତ ପାଇଁ ଏବେ ୧୩୦ ଯୁବକ ଯୁବତୀ ଜୟପୁର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । କାହା ହାତରେ ଚେକ ଅଛିତ କାହା ହାତରେ ନିଯୁକ୍ତି ପତ୍ର । ଏପରିକି ପରିଚୟ ପତ୍ର ବି ମିଳିଥିଲା । ଯୁବକ ଯୁବତୀଙ୍କଠାରୁ ସିକ୍ୟୁରିଟି ବାବଦରେ ଟଙ୍କା ମଧ୍ୟ ଏଜେନ୍ସି ମାଲିକ ଠକି ନେଇଥିବା ଅଭିଯୋଗ ହୋଇଛି । ଦରମା ତ ଦୂରର କଥା ଦେଇଥିବା ଟଙ୍କା ବି ମିଳିଲା ନାହିଁ । ଏବେ ରାସ୍ତାରେ ଗଲେ ଲୋକେ ମାଗୁଛନ୍ତି ମେମ୍ବରସିପ ଟଙ୍କା । ଏଭଳି ସ୍ଥିତିରେ ଯୁବକ ଯୁବତୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।