କନକ ବ୍ୟୁରୋ : ପୀଠରେ ଆଜି ମା'ଙ୍କ ଅଷ୍ଟମୀ ପୂଜା । ପୁରୀ ଜହ୍ନିଖାଇ ଠାକୁରାଣୀଙ୍କ ପାଖରେ ଅଷ୍ଟମୀ ପୂଜାର୍ଚ୍ଚନା କରାଯାଉଛି । ବାଲିସାହିରେ ମାଆଙ୍କ ମନ୍ଦିର ରହିଛି । ମହାଅଷ୍ଟମୀରେ ଜହ୍ନିଖାଇ ଠାକୁରାଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି । ଶ୍ରୀମନ୍ଦିର ବିମଳାଙ୍କ ରୀତିନୀତି ସହ ମା'ଙ୍କ ମନ୍ଦିର ଜଡ଼ିତ । ମା'ଙ୍କ ଷୋଡ଼ଶ ଦିନାତ୍ମକ ପୂଜା କରାଯାଏ । ମା'ଙ୍କ ନିକଟରେ ପ୍ରତ୍ୟେକ ଦିନ ଚଣ୍ଡିପାଠ ହେବା ସହ ପୂଜାର୍ଚ୍ଚନା ହୋଇଥାଏ ।

Advertisment

ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମାଙ୍କ ଦ୍ୱାରା ଖୋଲିଥାଏ । ପ୍ରତ୍ୟେକ ଦିନ ମା'ଙ୍କ ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ,ଚନ୍ଦନଲାଗି, ବାଳଭୋଗ, ଆଳତୀ, ଶୀତଳଭୋଗ,ସଂକୁଡି ଭୋଗ, କର୍ପୂର ଆଳତୀ ଓ ମହାପ୍ରସାଦ ସମର୍ପଣ ନୀତି ହୋଇଥାଏ । ଏହି ସମୟରେ ମାଙ୍କ ବିଭିନ୍ନ ବେଶରେ ସଜା ଯାଏ । ମା ଷଡ଼ଭୂଜା ବିଗ୍ରହ ହସ୍ତରେ ଖଡଗ, ଅଙ୍କୁା, ଶଙ୍ଖ, ଗଦ, ମାଳ, ଚକ୍ର, ତ୍ରିଶୁଳ ଧାରଣ କରିଛନ୍ତି । ମା’ ସବାରୁଢ଼ା ଅଟନ୍ତି । ମହାସପ୍ତମୀ ଠାରୁ ନବମୀ ପର୍ଯ୍ୟନ୍ତ ମାଆଙ୍କ ପଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।