କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଅନେକ ବଡ଼ ବଡ଼ ମନ୍ଦିରରେ ଆଡ଼ମ୍ବରପୂଣ୍ଣ ଜାଗର ଯାତ୍ରା ବନ୍ଦ କରାଯାଇଛି । ଏସଆରସିଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଏସ୍ଓପି ଅନୁସାରେ ଜାଗର ଦିନ ମନ୍ଦିର ଭିତରେ ଓ ବାହାରେ ଗହଳି ହେବ ନାହିଁ କି ମେଳା ବିସବ ନାହିଁ । କୋଭିଡ କଟକଣାରେ ମହାଶିବରାତ୍ରୀ ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଏସଆରସିଙ୍କ ଏହି ମାଗଦର୍ଶିକାରୁ ଏକାମ୍ର କ୍ଷେତ୍ରକୁ ବାଦ ଦିଆଯାଇଛି । ଏନେଇ ବିଏମସି ଅତିରିକ୍ତ କମିସନର ଅବନୀକାନ୍ତ ପଟନାୟକ କହିଛନ୍ତି ଯେ ଏକାମ୍ର କ୍ଷେତ୍ର ପାଇଁ ବିଏମସି ପକ୍ଷରୁ ପୂର୍ବରୁ ନିୟମ ଘୋଷଣା କରାଯାଇଛି । କୋଭିଡ କଟକଣାରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିିବେ । ମନ୍ଦିର ଭିତରେ ଆଡକାଠରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ । ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ କେବଳ ସେବାୟତ ପରିବାର ଦୀପ ଜାଳିବେ । ମନ୍ଦିର ଭିତରେ ଓ ବାହାରେ ରାସ୍ତାରେ ଦୀପ ଜାଳିବାକୁ ଓ ଭିଡ଼ ନକରିବାକୁ କଟକଣା କରାଯିବ । ତେବେ ସମସ୍ତେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ବ୍ୟବହାର କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/18-11.jpg)