କରୋନା କଟକଣା ଭିତରେ ଆଜି ପାଳନ ହେବ ଶିବରାତ୍ରୀ : ରାଜ୍ୟର ପ୍ରମୁଖ ଶୈବପୀଠରେ ଚାଲିଛି ଶିବଙ୍କ ଆରାଧନା

128

କନକ ବ୍ୟୁରୋ : ଆଜି ଜାଗର । କରୋନା ଭିତରେ ଜାଗର କେମିତି ପାଳନ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ପ୍ରଶାସନ କହିଛି ସୁରୁଖୁରୁରେ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କରାଯିବ । ପୂର୍ବରୁ ଯାହା ନିତି ନିର୍ଘଂଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ ।

ପୁରୀର ଲୋକନାଥ ପୀଠରେ କୋଭିଡ କଟକଣା ଭିତରେ ହେବ ଜାଗର ଯାତ୍ରା । ଲୋକନାଥ ପୀଠରେ ତିନିଦିନ ଧରି ଜାଗର ପର୍ବ ଅନୁଷ୍ଠିତ ହେବ । ଭିତରକାଠ ନିକଟରେ ଦର୍ଶନ ବ୍ୟବସ୍ଥା ହୋଇଛି । ତେବେ ଗମ୍ଭୀରା ଦର୍ଶନ ବନ୍ଦ କରାଯାଇଛି । ରାତି ୪ଟାରେ ଉଠିବ ଲୋକନାଥଙ୍କ ମହାଦୀପ । ଚଳିତବର୍ଷ କୋଭିଡ କଟକଣାରେ ଶ୍ରୀଲୋକନାଥ ଦେବ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ କରାଯାଇଛି । ଭକ୍ତଙ୍କୁ ଥର୍ମାଲ ଟେଷ୍ଟିଂ କରି ମନ୍ଦିର ଭିତରକୁ ଛଡାଯିବ ।

ହାତରେ ଭୋଗ କିମ୍ବା ଅନ୍ୟ ପୂଜାସାମଗ୍ରୀ ନେଇ ଭିତରକୁ ଯିବାକୁ ବାରଣ କରାଯାଇଛି । ବ୍ୟବସାୟୀଙ୍କୁ ଜାଗରପଦା ମଧ୍ୟ ବାରଣ କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ଦୀପ ଜାଳି ଭକ୍ତମାନେ ଉଜାଗର ରହି ମହାଦୀପ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ କଟକଣା ଭିତରେ ଭଦ୍ରକର ଆରଡି ପୀଠରେ ପାଳନ ହେଉଛି ଜାଗର ଯାତ୍ରା । ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି । ଭକ୍ତମାନଙ୍କୁ ମନ୍ଦିର ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନା କରାଯାଇଛି । ବୁଧବାର ଦିନ ୧୦ଟାରୁ ଶୁକ୍ରବାର ଦିନ ୧୦ଟା ପର୍ଯ୍ୟନ୍ତ ୧୪୪ଧାରା ବଳବତର ରହିବ ।

କରୋନା କଟକଣା ଭିତରେ ଆଜି ପାଳନ ହେବ ଶିବରାତ୍ରୀ । କଟକର ଅନ୍ୟତମ ଶୈବପୀଠ ଧବଳେଶ୍ୱରରେ କରୋନା କଟକଣା ଯୁକ୍ତ ଜାଗର ପୂଜା କରାଯିବ । ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ମନା କରାଯଇଛି । ଏଥିପାଇଁ ଆଜି ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ଯାଏଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ ହୋଇଛି । କେବଳ ମନ୍ଦିର ପ୍ରସାସନ ଓ ପୂଜକଙ୍କ ଉପସ୍ଥିତିରେ ହେବ ଶିବରାତ୍ରୀ ନୀତିକାନ୍ତି କରାଯିବ । ସାଧାରଣ ଦର୍ଶନ ବନ୍ଦ ରହିବ ।