ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ବସିଲା ପ୍ରସ୍ତୁତି ବୈଠକ : କୋଭିଡ କଟକଣା ଭିତରେ ଯାତ୍ରା ପାଳିବା ପାଇଁ ବିଚାରବିମର୍ଷ

609

କନକ ବ୍ୟୁରୋ : ଆଗାମୀ ୧୧ ତାରିଖରେ ଭୁବନେଶ୍ୱରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି କରାଯାଇଛି । ଜାଗର ଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ମନ୍ଦିରର ୩ ସେବାୟତ ନିଯୋଗ ସହ ବୈଠକ କରିଛି ପୋଲିସ ପ୍ରଶାସନ । କୋଭିଡ କଟକଣା ଭିତରେ କିଭଳି ଜାଗର ଯାତ୍ରା ଅନୁଷ୍ଠିତ ହେବ ସେଥିପାଇଁ ଆଲୋଚନା ହୋଇଛି । ଶାନ୍ତି ଶୃଙ୍ଖଳାରେ କିଭଳି ଭକ୍ତ ଦର୍ଶନ କରିବା ସହ ଦୀପ ଜାଳିବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଛି ।

ତେବେ ଭକ୍ତମାନେ ଏକତ୍ର ବସି ଦୀପ ଜାଳିବେ ନାହିଁ ।  ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣକୁ ଧ୍ୟାନ ଦିଆଯିବ । ରାତି ୧୦ଟାରେ ମହାଦୀପ ଉଠିବା ଆଗରୁ ଭକ୍ତମାନେ କିଭଳି ମନ୍ଦିର ପରିସରରୁ ବାହାରକୁ ବାହାରି ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ ।