ମହାଶିବରାତ୍ରୀକୁ ନେଇ ସାରା ଦେଶରେ ଭକ୍ତିର ପରିବେଶ : ହରିଦ୍ୱାରରୁ ବାରଣାସୀ, ଗୁଜୁରାଟର ସୋମାନଥ ମନ୍ଦିରରୁ ମଧ୍ୟପ୍ରଦେଶର ଉଜୈନ୍ 

ସବୁଠି ଚାଲିଛି ଆରାଧନା; କୋଭିଡ୍ ପାଇଁ ନିଆଯାଇଛି ସତକର୍ତାମୂଳକ ପଦକ୍ଷେପ

47

କନକ ବ୍ୟୁରୋ :ମହାଶିବରାତ୍ରୀଙ୍କୁ ନେଇ ଭକ୍ତିର ମାହୋଲ ଭିତରେ ବୁଡ଼ି ରହିଛି ସାରା ଭାରତ । ଦେଶର ପ୍ରମୁଖ ଶିବ ମନ୍ଦିର ଗୁଡ଼ିକରେ ଶୃଙ୍ଖଳାର ସହ ଚାଲିଛି ଶିବ ଆରାଧନା । କେତେକ ସ୍ଥାନରେ କୋଭିଡ୍ କାରଣରୁ କଟକଣା ଲଗାଯାଇଛି ।

ତେବେ ହରିଦ୍ୱାର, ବାରଣାସୀ, ପ୍ରୟାଗରାଜ ଆଦି ସ୍ଥାନରେ ସ୍ୱାଭାବିକ ଚାଲିଛି ଦର୍ଶନ । ଭକ୍ତମାନେ ଭୋର ସକାଳୁ ଲାଇନରେ ଛିଡ଼ା ହୋଇ ମନ୍ଦିରରେ ପ୍ରବେଶ କରିଛନ୍ତି । ସେହିପରି ଗୁଜୁରାଟର ସୋମନାଥ ମନ୍ଦିରରୁ ଆରମ୍ଭ କରି ମଧ୍ୟପ୍ରଦେଶର ଉଜୈନ୍ ମନ୍ଦିର ଯାଏଁ ସବୁଠି ମହାଶିବରାତ୍ରି ପାଳନ ପାଇଁ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି ।

ସେହିପରି ପୁରୀର ଲୋକନାଥ ପୀଠରେ କୋଭିଡ କଟକଣା ଭିତରେ ହେବ ଜାଗର ଯାତ୍ରା । ଲୋକନାଥ ପୀଠରେ ତିନିଦିନ ଧରି ଜାଗର ପର୍ବ ଅନୁଷ୍ଠିତ ହେବ । ଭିତରକାଠ ନିକଟରେ ଦର୍ଶନ ବ୍ୟବସ୍ଥା ହୋଇଛି । ତେବେ ଗମ୍ଭୀରା ଦର୍ଶନ ବନ୍ଦ କରାଯାଇଛି । ରାତି ୪ଟାରେ ଉଠିବ ଲୋକନାଥଙ୍କ ମହାଦୀପ ।

ଚଳିତବର୍ଷ କୋଭିଡ କଟକଣାରେ ଶ୍ରୀଲୋକନାଥ ଦେବ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ କରାଯାଇଛି । ଭକ୍ତଙ୍କୁ ଥର୍ମାଲ ଟେଷ୍ଟିଂ କରି ମନ୍ଦିର ଭିତରକୁ ଛଡାଯିବ । ହାତରେ ଭୋଗ କିମ୍ବା ଅନ୍ୟ ପୂଜାସାମଗ୍ରୀ ନେଇ ଭିତରକୁ ଯିବାକୁ ବାରଣ କରାଯାଇଛି । ବ୍ୟବସାୟୀଙ୍କୁ ଜାଗରପଦା ମଧ୍ୟ ବାରଣ କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ଦୀପ ଜାଳି ଭକ୍ତମାନେ ଉଜାଗର ରହି ମହାଦୀପ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।