ଆଉ ନାହାନ୍ତି ମହାଶୟ । ପରପାରିରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟୀ । ୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ଧର୍ମପାଲ ।

Advertisment
ଆଉ ନାହାନ୍ତି ମହାଶୟ । ପରପାରିରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟୀ । ୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ଧର୍ମପାଲ ।

କନକ ବ୍ୟୁରୋ: ଆଉ ନାହାନ୍ତି ଏମଡିଏଚ ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟୀ । ଆଖିବୁଜିଲେ ପ୍ରସିଦ୍ଧ ମସଲା କମ୍ପାନୀ ମାଲିକ ମହାଶୟ । ୯୮ ବର୍ଷ ବୟସରେ ମହାଶୟଙ୍କ ଦେହାନ୍ତ । ଦିଲ୍ଲୀ ଚନନ ଦେବୀ ହସ୍ପିଚାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଧର୍ମପାଲ । ଅନେକ ଦିନ ଧରି ଅସୁସ୍ଥତା କାରଣରୁ ହସ୍ପିଚାଲରେ ଚିକିତ୍ସାଧୀନ ଥିଲେ । ଆଉ ଆଜି ତାଙ୍କର ପରଲୋକ ହୋଇଛି ।

ଧର୍ମପାଲଙ୍କ ବିୟୋଗରେ ସାରା ବାଣିଜ୍ୟ ବଜାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୋକ ପ୍ରକାଶ କରିଛନ୍ତି । ଧର୍ମପାଲ ହେଉଛନ୍ତି ଭାରତର ଜଣେ ନାମକରା ବ୍ୟବସାୟୀ । ଯିଏ କି ମାତ୍ର ପଞ୍ଚମ ପାଠ ପଢି ନିଜ କମ୍ପାନୀକୁ ଏକ ସ୍ତରକୁ ନେଇ ପାରିଥିଲେ । ୨୭ ମାର୍ଚ୍ଚ ୧୯୨୩ରେ ସିଆଲକୋଟ ଏବେର ପାକିସ୍ତାନରେ ଅଛି ସେଇଠି ଜନ୍ମହୋଇଥିଲେ ଧର୍ମପାଲ । ବଡ଼ ହେବା ପରେ ଧରାମପାଲ ଗୁଲାଟି ସିଆଲକୋଟରେ ତାଙ୍କ ପିତାଙ୍କ ମସଲା ବ୍ୟବସାୟରେ ଯୋଗ ଦେଇଥିଲେ। ମାତ୍ର ଦେଶ ବିଭାଜନ ପରେ ସେ ଦିଲ୍ଲୀର କରୋଲବାଗରେ ଆସି ତାଙ୍କ ବ୍ୟବସାୟ ଚଳାଇଥିଲେ। ବ୍ୟବସାୟରେ ଧର୍ମପାଲ ମାଇଲ ଖୁଣ୍ଟ ତିଆରି କରିଥିବାରୁ ତାଙ୍କୁ ସମ୍ମାନ ଜନକ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe