ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ରାଜନୈତିକ ଛକାପଂଝା। ଶରଦ ପାୱାରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ସଂଜୟ ରାଉତ, କହିଲେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଏନସିପି ମୁଖ୍ୟଙ୍କ ଆଭିମୁଖ୍ୟ

Advertisment
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ରାଜନୈତିକ ଛକାପଂଝା। ଶରଦ ପାୱାରଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ସଂଜୟ ରାଉତ, କହିଲେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଏନସିପି ମୁଖ୍ୟଙ୍କ ଆଭିମୁଖ୍ୟ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଜାରି ରହିଛି ରାଜନୈତିକ ଛକାପଂଝା । ଏନ୍ସିିପି ଓ କଂଗ୍ରେସ ସହ ମେଂଟ କରି ସରକାର ଗଠନ କରିବାକୁ ଚାହୁଁଛି ଶିବସେନା । ଏହାରି ଭିତରେ ଗତ ୨୪ଘଂଟା ମଧ୍ୟରେ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ଦୁଇଟି ଭିନ୍ନ ବୟାନ ଶିବସେନାକୁ ଅଡୁଆରେ ପକାଇଛି । ଏବେ ମହାରାଷ୍ଟ୍ରରେ ସରକାର ଗଠନ ନେଇ କୌଣସି ଚର୍ଚ୍ଚା ହୋଇନଥିବା କହୁଛନ୍ତି ଶରଦ ପାୱାର । ଆଜି ସଂସଦରେ ପହଂଚିଥିବା ଶରଦ ପାୱାରଙ୍କୁ ମହାରାଷ୍ଟ୍ରରେ ସରକାର ଗଠନ ନେଇ ପ୍ରଶ୍ନ ପଚରାଯାଇଥିଲା ।

ତେବେ ଯିଏ ସରକାର ଗଠନ କରିବେ ତାଙ୍କୁ ଏହି ପ୍ରଶ୍ନ ପଚାରନ୍ତୁ ବୋଲି ଏହାର ଉତରରେ କହିଥିଲେ ଶରଦ ପାୱାର । ଠିକ୍ ସେହିପରି ସୋମବାର ଦିନ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏନସିପି ମୁକ୍ୟ କହିଥିଲେ ଯେ ମହାରାଷ୍ଟ୍ରରେ ସରକାର ଗଠନ ନେଇ କୌଣସି ଆଲୋଚନା ହୋଇନାହିଁ । ଯେହେତୁ କଂଗ୍ରେସ ଓ ଏନସିପି ମେଂଟ କରି ନିର୍ବାଚନ ଲଢିଥିଲେ ତେଣୁ ଆଗାମୀ ରଣନୀତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ସେପଟେ ଶରଦ ପାୱାରଙ୍କ ଏହି ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଆଭିମୁଖ୍ୟ ବୁଝିବାକୁ କେଇ ଜନ୍ମ ଲାଗିଯିବ ବୋଲି କହିଛନ୍ତି ସଂଜୟ ରାଉତ । ଏହାସହ ଶିବସେନା ପୁଣି ଦାବି କରିଛି ଯେ ସେ ଡିସେମ୍ବର ପ୍ରଥମ ସପ୍ତାହରେ ସରକାର ଗଠନ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe