କନକ ବ୍ୟୁରୋ: ମହାକାବ୍ୟ ମହାଭାରତର ପ୍ରତିଟି ଚରିତ୍ର ସେମାନଙ୍କ ବୀରତ୍ୱ, ପ୍ରତିବଦ୍ଧତା ଓ ପ୍ରତିଶୋଧକୁ ନେଇ ବେଶ୍ ଚର୍ଚ୍ଚିତ । କୌରବ ଓ ପାଣ୍ଡବମାନଙ୍କ ଭିିତରେ ଘଟିଥିବା ମହାଯୁଦ୍ଧର ଗୋଟିଏ ପାଖରେ ଥିଲେ କୁନ୍ତୀଙ୍କର ୫ ପୁତ୍ର ପାଣ୍ଡବ ଓ ପରିସ୍ଥିତିର ଚାପରେ କୌରବଙ୍କ ପକ୍ଷ ନେଇଥିଲେ ସୂର୍ଯ୍ୟଙ୍କର ଔରସରୁ ଜନ୍ମ କୁନ୍ତୀଙ୍କର ପୁତ୍ର ମହାବୀର କର୍ଣ୍ଣ ।
ଦୟା, କ୍ଷମା, ନିଷ୍ଠା ଓ ପ୍ରଚଣ୍ଡ ବୀରତ୍ୱର ଅଧିକାରୀ ମହାରଥୀ କର୍ଣ୍ଣ ମହାଭାରତର ଚର୍ଚ୍ଚିତ ଯୋଦ୍ଧାମାନଙ୍କ ଭିତରୁ ଅନ୍ୟତମ । ସୂର୍ଯ୍ୟପୁତ୍ର ହୋଇଥିଲେ ହେଁ ଆଜୀବନ ‘ସୂତପୁତ୍ର’ର ପରିଚୟରେ ସେ ଜୀବନର ଶେଷ ରକ୍ତବିନ୍ଦୁ ଥିବା ଯାଏଁ ବନ୍ଧୁ ଦୁର୍ଯ୍ୟୋଧନଙ୍କ ପକ୍ଷ ଛାଡିନଥିଲେ ।
କର୍ଣ୍ଣଙ୍କ ଜୀବନ ଓ ମହାକାବ୍ୟ ମହାଭାରତରେ ତାଙ୍କ ବନ୍ଧୁତ୍ୱ ଓ ବୀରତ୍ୱର କାହାଣୀକୁ ନେଇ ଏପ୍ରିଲ୍ ୫ତାରିଖରୁ ପ୍ରତି ସୋମ-ଗୁରୁ ଲୋକପ୍ରିୟ ମନୋରଞ୍ଜନ ଚାନେଲ ମଞ୍ଜରୀରେ ପ୍ରସାରିତ ହେବାକୁ ଯାଉଛି ପୌରାଣିକ ଧାରାବାହିକ ‘ମହାରଥୀ କର୍ଣ୍ଣ’ । ଅପରାହ୍ନ ୩ଟା ଓ ରାତି ୯ଟାରେ ଏହି ଧାରାବାହିକଟିକୁ ମଞ୍ଜରୀର ଦର୍ଶକମାନେ ଉପଭୋଗ କରିପାରିବେ । ଓଡିଶାର ଅନ୍ୟ ସମସ୍ତ ମନୋରଞ୍ଜନ ଚାନେଲ ଗୁଡିକ ଦେୟଯୁକ୍ତ ହୋଇଥିବା ବେଳେ , ଦର୍ଶକମାନେ ମଞ୍ଜରୀରେ ପ୍ରସାରିତ କାର୍ଯ୍ୟକ୍ରମ ଗୁଡିକୁ ସମ୍ପୂର୍ଣ୍ଣ ଭାବେ ବିନାମୂଲ୍ୟରେ ଦେଖିବାକୁ ପାଉଛନ୍ତି । ଯାହାଫଳରେ ପୌରାଣିକ ଧାରାବାହିକ ‘ମହାରଥୀ କର୍ଣ୍ଣ’ ଦର୍ଶକମାନଙ୍କ ଦ୍ୱାରା ବେଶ୍ ଆଦୃତ ହେବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/MAHARATHI-KARNA-DIGITAL-CARD.jpg)