ମହାରଥୀଙ୍କ ଦମ୍ଭୋକ୍ତି ! ବୋମାରେ ଉଡାଇଦେବି କଲମା ବ୍ୟାରେଜ୍ ।

Advertisment
ମହାରଥୀଙ୍କ ଦମ୍ଭୋକ୍ତି ! ବୋମାରେ ଉଡାଇଦେବି କଲମା ବ୍ୟାରେଜ୍ ।

ପିପିଲି ବିଧାୟକ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ତାଙ୍କର ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜି ବ୍ରହ୍ମଗିରି ଢାବା ଛକରେ ଆୟୋଜିତ ମହାନଦୀ ମହାସଂଗ୍ରାମ ସମାବେଶରେ ମହାରଥୀଙ୍କ ବୋମା ଉପାଖ୍ୟାନ ପୁଣି ଥରେ ଚର୍ଚ୍ଚା ପ୍ରସଙ୍ଗକୁ ଆସିଛି।

ସଭାରେ ମନ୍ତ୍ରୀ ଶ୍ରୀ ମହାରଥୀ ଛତିଶଗଡ଼ର କଲମା ବ୍ୟାରେଜକୁ ବୋମାରେ ଉଡାଇ ଦେବାକୁ କହିଥିଲେ। ଛତିଶଗଡ଼କୁ କଡା ଭାଷାରେ ସମାଲୋଚନା କରି ସେ କହିଥିଲେ ଯେ, ଛତିଶଗଡ଼ କଲମା ବ୍ୟାରେଜ କରି ମହାନଦୀ ପାଣି ରୋକିଛି। ଏଥିପାଇଁ ଖାଲି ଆନ୍ଦୋଳନ କଲେ ଚଳିବ ନାହିଁ। ତାଙ୍କ ଦେହରେ ମାନବ ବୋମା ଖଞ୍ଜି ଦିଆଯାଉ। ସେ ସିଧା ଯାଇ ଛତିଶଗଡ଼ର କଲମା ପୋଲ ଉପରେ ଓହ୍ଲାଇବେ ଆଉ ବ୍ୟାରେଜକୁ ଉଡାଇ ଦେବେ। ଏକାଥରକେ ସବୁ ଶେଷ ହୋଇଯିବ ବୋଲି କହିଥିଲେ। ମନ୍ତ୍ରୀ ଶ୍ରୀ ମହାରଥୀ। ତାଙ୍କର ଏହି ବକ୍ତବ୍ୟକୁ ନେଇ ସଭାରେ ବେଶ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe