ରୋଚକ ହେଉଛି ମହାରାଷ୍ଟ୍ର ରାଜନୀତି । ଛିଣ୍ଡୁନି ମୁଖ୍ୟମନ୍ତ୍ରୀ ଅଙ୍କ, ବାରମ୍ବାର କଥା ବଦଳାଉଛି ଶିବସେନା, ସଂଜୟ ରାଉତ କହିଲେ, ବିଜେପି ସହ ମେଂଟ ଧର୍ମ ପାଳନ କରିବ ସେନା

168

କନକ ବ୍ୟୁରୋ : ଶିବସେନାର ସ୍ୱର ନରମିଲା । ମେଂଟ ଧର୍ମ ପାଳନ କରିବ ଦଳ । ମହାରାଷ୍ଟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ଟଣାଅଟରା ଲାଗିରହିଥିବା ବେଳେ ଶିବସେନାର ଆଭିମୁଖ୍ୟ ନରମ ପଡିଛି । ସରକାର ଗଠନ ପାଇଁ ବିଜେପି ସହ ଦଳ କଥାବାର୍ତା ଜାରି ରଖିଛି ଏବଂ ଶେଷ ପର୍ଯ୍ୟନ୍ତ ଶିବସେନା ମେଂଟ ଧର୍ମ ପାଳନ କରିବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ସଂଜୟ ରାଉତ । ତେବେ ସରକାର ଗଠନ ନେଇ ଉଭୟ ଦଳ ମଧ୍ୟରେ ଔପଚାରିକ ଆଲୋଚନା ହୋଇନଥିବାରୁ ଏହାକୁ ନେଇ ସସପେନ୍ସ ଜାରି ରହିଛି ।ମହାରାଷ୍ଟର ଚଳିତ ବିଧାନସଭାର କାର୍ଯ୍ୟକାଳ ୮ ନଭେମ୍ବରରେ ଶେଷ ହେବ ।

ବିଜେପି ସହ ଶିବସେନା କଥାବାର୍ତା ଜାରି ରଖିଥିବା ବେଳେ ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିବ ବୋଲି ଆଶା କରାଯାଉଛି । ସେପଟେ ଶିବସେନାକୁ ସମର୍ଥନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି ଦଳର ସାଂସଦ ହୁସେନ୍ ଦାଲୱାଇ । ଶିବସେନା ମଧ୍ୟ ଅତୀତରେ କଂଗ୍ରେସ ମନୋନୀତ ପ୍ରାର୍ଥୀ ପ୍ରତିଭା ପାଟିଲ ଏବଂ ପ୍ରଣବ ମୁଖାର୍ଜୀଙ୍କୁ ରାଷ୍ଟ୍ରପତି କରିବାରେ ସମର୍ଥନ କରିଥିବା ସେ ମନେ ପକାଇଦେଇଛନ୍ତି । ବିଜେପିକୁ କ୍ଷମତାରୁ ହଟାଇବାକୁ ହେଲେ ଶିବସେନାକୁ ସାହାଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି । ସେପଟେ ଏନସିପିସୁପ୍ରିମୋ ଶରତ ପାୱାର କହିଛନ୍ତି ଯେ, ମହାରଷ୍ଟ୍ର ଜନସାଧାରଣ ଏନସିପିକୁ ବିରୋଧୀ ଦଳରେ ହିଁ ରହିବାକୁ ଜନାଦେଶ ଦେଇଛନ୍ତି ଏବଂ ଏହାକୁ ଦଳ ପାଳନ କରିବ ।