ବିଜେପିକୁ ଶିବସେନାର କଡା ପ୍ରଶ୍ନ । ମୁଖପାତ୍ର ସଂଜୟ ରାଉତ କହିଲେ, ରାଷ୍ଟ୍ରପତି କଣ ବିଜେପି ପକେଟରେ, ବିଜେପି ସାଂସଦ କହିଥିଲେ, ସରକାର ଗଢିବାରେ ବିଳମ୍ବ ହେଲେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ

321

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି ପ୍ରତି ମୁହୂର୍ତର ବଦଳାଉଛି କଡ । ଏଠି ଘଡିକେ ଘୋଡା ଛୁଟୁଛି । ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ୮ ଦିନ ବିତିଯାଇଥିଲେ ମଧ୍ୟ ସରକାର ଗଠନର ହେବାର କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ । ମହାରାଷ୍ଟ୍ରରେ କଂଗ୍ରେସ ତାର ରଣନୀତି ବଦଳାଇ ସରକାର ଗଠନ କରିବା ପାଇଁ ତତ୍ପର ହେଉଥିବା ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛି କଂଗ୍ରେସ । ରାଜ୍ୟରେ ବିରୋଧୀ ଆସନରେ ବସିବାକୁ ଜନମତ ମିଳିଛି ଏବଂ କଂଗ୍ରେସ ବିରୋଧୀ ଆସନରେ ହିଁ ବସି ଦାୟିତ୍ୱ ତୁଲାଇବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ।

ସେପଟେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସମାନ ଢଙ୍ଗରେ ବୟାନ୍ ଦେଇ କହିଥିଲେ ଯେ, ଲୋକେ ତାଙ୍କୁ ବିରୋଧୀ ଆସନରେ ବସିବା ପାଇଁ ଭୋଟ୍ ଦେଇଛନ୍ତି । ସେପଟେ ବିଜେପି ଓ ଶିବସେନା ମେଂଟକୁ ସଂଖ୍ୟା ଗରିଷ୍ଠତା ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ଲାଗି ରହିଛି ଟଣାଓଟରା । ୫୦-୫୦ ଫର୍ମୁଲା ନେଇ ଶିବସେନା ଦାବି କରୁଥିବା ବେଳେ ବିଜେପି ଏହାକୁ ଗ୍ରହଣ କରୁନାହିଁ । ଫଳରେ ଏତେ ଦିନ ପରେ ବି ମହାରାଷ୍ଟ୍ରରେ ସରକାର ଗଠନ ସମ୍ଭବ ହେଉନାହିଁ । ଏପରିକି ୭ ତାରିଖ ସୁଦ୍ଧା ସରକାର ଗଠନ ନହେଲେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି ବିଜେପି ନେତା କହୁଛନ୍ତି । କାରଣ ୮ ତାରିଖରେ ସରୁଛି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ।