ସୋନିଆଙ୍କୁ ଆଜି ଭେଟିିବେ ଶରଦ ପାୱାର । ମହାରାଷ୍ଟ୍ରରେ ସରକାର ଗଠନ ନେଇ କଂଗ୍ରେସ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିବେ ଏନସିପି ମୁଖ୍ୟ

201

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକର ଦିନକୁ ଦିନ ନୂଆ ନୂଆ ଅଧ୍ୟାୟ ସାମ୍ନାକୁ ଆସୁଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏନସିପି ନେତା ଶରଦ ପାୱାର  । ସରକାର ଗଠନ ନେଇ ଏହି ବୈଠକରେ ଆଲୋଚନା ହେବାର ଅଛି  । ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ ନେଇ ମନସ୍ଥ କରିଛନ୍ତି  । ତେବେ ସରକାରର ରୂପରେଖ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇପାରେ  ।

ପୂର୍ବରୁ ଏହି ସରକାରରେ ୪୦ ଜଣ ମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଥିଲା  । ୧୪-୧୪-୧୨ ଗଣିତ ଅନୁଯାୟୀ ଶିବସେନା, ଏନସିପି ଓ କଂଗ୍ରେସକୁ ମନ୍ତ୍ରୀପଦ ମିଳିପାରେ  । ସେପଟେ ଶିବସେନାରୁ ହିଁ ମୁଖ୍ୟମନ୍ତ୍ରୀ ମିଳିବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା  । ତେଣୁ ସୋନିଆ ଗାନ୍ଧୀ ଓ ଶରଦ ପାୱାରଙ୍କ ମଧ୍ୟରେ ଆଜିର ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ  ।

Comments are closed.