କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକର ଦିନକୁ ଦିନ ନୂଆ ନୂଆ ଅଧ୍ୟାୟ ସାମ୍ନାକୁ ଆସୁଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏନସିପି ନେତା ଶରଦ ପାୱାର । ସରକାର ଗଠନ ନେଇ ଏହି ବୈଠକରେ ଆଲୋଚନା ହେବାର ଅଛି । ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ ନେଇ ମନସ୍ଥ କରିଛନ୍ତି । ତେବେ ସରକାରର ରୂପରେଖ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇପାରେ ।
ପୂର୍ବରୁ ଏହି ସରକାରରେ ୪୦ ଜଣ ମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଥିଲା । ୧୪-୧୪-୧୨ ଗଣିତ ଅନୁଯାୟୀ ଶିବସେନା, ଏନସିପି ଓ କଂଗ୍ରେସକୁ ମନ୍ତ୍ରୀପଦ ମିଳିପାରେ । ସେପଟେ ଶିବସେନାରୁ ହିଁ ମୁଖ୍ୟମନ୍ତ୍ରୀ ମିଳିବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ତେଣୁ ସୋନିଆ ଗାନ୍ଧୀ ଓ ଶରଦ ପାୱାରଙ୍କ ମଧ୍ୟରେ ଆଜିର ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/sharad-pawar650_650x488_51434562198.jpg)