କନକ ବ୍ୟୁରୋ : ଗୋରେଗାଓଁରେ ଥିବା ଏହି କମ୍ପାନୀର ନାଁ ହେଉଛି ଗ୍ଲୋବଲ ମ୍ୟୁଜିକ ଜଙ୍କସନ । ବୁଧବାର ଦିନ ଦ୍ୱିପହରରେ ହଠାତ ୧୦ରୁ ୧୫ଜଣ ଯୁବକ ସୁରକ୍ଷାବଳୟ ଭେଦ କରି ହଠାତ କମ୍ପାନୀ ଭିତରକୁ ପଶିଥିଲେ    । କେହି କିଛି ବୁଝିବା ଆଗରୁ ମ୍ୟୁଜିକ କମ୍ପାନୀର ସିଇଓ ରାଜକୁମାର ସିଂଙ୍କୁ ଅପହରଣ କରିନେଇଥିଲେ ଦୁବୁର୍ତ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଅପହରଣ ଆଉ କିଏ ନୁହେଁ ବଂର ମହାରାଷ୍ଟ୍ରର ସରକାରରେ ଥିବା ବିଧାୟକ ପ୍ରକାଶ ସୁର୍ବେଙ୍କ ପୁଅ ରାଜ ସୁର୍ବେ ଓ ତାଙ୍କର କିଛି ସାଙ୍ଗମାନେ କରିଥିଲେ । ଅପହରଣ ସମୟର ଭିଡିଓ ଅଫିସ ସିସିଟିଭିରେ ସମ୍ପୂର୍ଣ୍ଣଭାବେ କଏଦ ହୋଇଥିଲା ।

Advertisment

ତେବେ ରାଜକୁମାରଙ୍କୁ ଜବରଦସ୍ତି ଉଠାଇ ନେଇ ଗାଡ଼ିରେ ବନ୍ଧୁକ ଦେଖାଇ କିଛି କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିବା ସୂଚନା ରହିଛି । ପାଟଣାର ଜଣେ ବ୍ୟବସାୟୀ ମନୋଜ ସିହ୍ନାଙ୍କ ସହ ଏକ ଋଣ ଚୁକ୍ତି କରିବାକୁ ବନ୍ଧୁକ ଦେଖାଇ କହିଥିଲେ । ବନ୍ଧୁକ ଦେଖାଇ ତାଙ୍କୁ ଏହି ଅପହରଣ ବିଷୟରେ କାହାକୁ ନ କହିବାକୁ ଧମକାଇଥିବା ରାଜକୁମାର କହିଛନ୍ତି ।

ମୁମ୍ବାଇ ପୁଲିସ ଗୁରୁବାର ଶିବସେନା ବିଧାୟକ ପ୍ରକାଶ ସୁର୍ବେଙ୍କ ପୁଅ ରାଜ ସୁର୍ବେଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ତେବେ ଦୁବୁର୍ତଙ୍କ କବଳରେ ମ୍ୟୁଜିକ କମ୍ପାନୀ ସିଇଓଙ୍କୁ ଉଦ୍ଧାର କରାଯାଇଛି । ତେବେ ସିସିଟିଭିରେ ଦେଖାଯାଉଥିବା ସମସ୍ତ ଲୋକ ଶିବସେନା ସରକାରଙ୍କ ସମ୍ପର୍କିତ କି ନାହିଁ ତାହାକୁ ନେଇ ସ୍ପଷ୍ଟ ହୋଇନାହିଁ ।ଜବତ ହୋଇଥିବା ଭିଡ଼ିଓକୁ ନେଇ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରକୃତ ଘଟଣା କ’ଣ ଏବଂ ଅନ୍ୟ ସବୁ ତଥ୍ୟ ଯେତେ ଶୀଘ୍ର ସାମ୍ନାକୁ ଆସିବ ଏହାର ପର୍ଦ୍ଦାଫାସ ହେବ ବୋଲି କୁହାଯାଇଛି ।