କନକ ବ୍ୟୁରୋ : ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ଏନସିପି ନେତା ନୱାବ ମଲ୍ଲିକଙ୍କ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଥ ହେରଫେର ମାମଲାରେ ତାଙ୍କୁ ଇଡି ଗିରଫ କରିଥିବା ଜଣାପଡିଛି । ବୁଧବାର ସକାଳେ ଇଡି ତରଫରୁ କିଛି ଅଫିସର ନୱାବ ମଲ୍ଲିକଙ୍କ ଘରେ ପହଂଚି ତାଙ୍କୁ ପଚରା ଉଚରା କରିଥିଲେ । ୧ ଘଂଟାରୁ ଅଧିକ ଜେରା କରିବା ପରେ ଇଡି ପକ୍ଷରୁ ତାଙ୍କୁ ସାଥିରେ ନେଇ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ କିଛି ସମୟ ଜେରା କରିବା ପରେ ଗିରଫ କରାଯାଇଥିବା ଜଣାପଡିଛି ।
ଅଣ୍ଡର ୱାର୍ଲ୍ଡ ସହ ଏକ ଜମି କିଣାବିକା ମାମଲାରେ ଇଡି ପକ୍ଷରୁ ତାଙ୍କୁ ପ୍ରଥମେ ନୋଟିସ କରାଯାଇଥିଲା । ଏହାପରେ ଇଡି ତରଫରୁ ଏହି ମାମଲାରେ ସଂପୃକ୍ତ ଥିବା କିଛି ଲୋକଙ୍କ ବାସଭବନ ଉପରେ ଫେବୃଆରୀ ୧୫ ତାରିଖରେ ଚଢାଉ କରାଯାଇଥିଲା । ଏଥିରେ ୧୯୯୩ ମସିହା ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମଙ୍କ ଦିବଗଂତ ଭଉଣୀ ହସିନା ପାର୍କର, ଭାଇ ଇକବାଲ କାସକର ଓ ଛୋଟ ସକିଲର ସଂପର୍କୀୟ ସଲିମ କ୍ୟୁରେସୀଙ୍କ ଘରେ ବି ଚଢାଉ ହୋଇଥିଲା । ଏହି ମାମଲାରେ ଇକବାଲ କାସକର ଏବେ ଜେଲରେ ରହିଛନ୍ତି । ତାଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା ।
#WATCH | NCP workers gather outside the Enforcement Directorate office in Mumbai and raise slogans after the arrest of party leader and Maharashtra minister Nawab Malik. He has been arrested in connection with Dawood Ibrahim money laundering case. pic.twitter.com/cY6FDytpZq
— ANI (@ANI) February 23, 2022
ଏହି ମାମଲାରେ ଆଜି ନୱାବ ମଲ୍ଲିକଙ୍କୁ ଗିରଫ କରାଯିବା ପରେ ମୁମ୍ବାଇ ସ୍ଥିତି ଇଡି କାର୍ଯ୍ୟାଳୟ ଆଗରେ ଦଳୀୟ କର୍ମୀମାନେ ହୋ ହାଲ୍ଲା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/30-23.jpg)