ସିବିଆଇ ଯାଂଚ ନିର୍ଦ୍ଦେଶ ପରେ ପଦରୁ ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ପରମବୀର ସିଂ ଆଣିଥିଲେ ଅଭିଯୋଗ

230

କନକ ବ୍ୟୁରୋ : ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅନୀଲ ଦେଶମୁଖ । ଆଜି ଅନୀଲଙ୍କ ନାମରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ଯାଂଚ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଆସିବାର କିଛି ସମୟ ମଧ୍ୟରେ ଅନୀଲ ଦେଶମୁଖ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଦେଖା କରିଥିଲେ । ସେଠାରୁ ଫେରି ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟରେ ପହଂଚାଇଛନ୍ତି ।

କହିରଖୁ କି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଅନୀଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ କି ଅନୀଲ ତାଙ୍କୁ ପ୍ରତିମାସ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ ଚାପ ପକାଉଥିଲେ । ଏନେଇ ପରମବୀର ସିଂ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଆଜି ପ୍ରାଥମିକ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଏଠି ପ୍ରଶ୍ନ ଉଠୁଛି କି ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ନା ଚାପରେ ପଡି ଇସ୍ତଫା ଦେଇଛନ୍ତି ।

ଅନୀଲଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ସରକାର ତିଷ୍ଟି ରହିବା ନେଇ ସନ୍ଦେହ ପ୍ରକାଶ ପାଇଛି । କାରଣ କଂଗ୍ରେସ, ଏନସିପି ଓ ଶିବସେନାର ମିଳିତ ଗଠବନ୍ଧନରେ ମହାରାଷ୍ଟ୍ରର ସରକାର ଗଠନ ହୋଇଥିଲା । ଅନୀଲଙ୍କ ନାମରେ ଏଭଳି ଅଭିଯୋଗ ଆଶିବା ପରେ କଂଗ୍ରେସ ଅନୀଲଙ୍କ ବିରୋଧରେ ଥିଲା ।