କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ୧୮ ରୁ ୪୪ ବର୍ଷର ସମସ୍ତ ଲୋକଙ୍କୁ ମାଗଣାରେ କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି । ଏନେଇ ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କହିରଖୁ କି ମେ ପହିଲାରୁ ଦେଶରେ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ସମସ୍ତ ନାଗରିକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏନେଇ ଆଜି ଅପରାହ୍ନ ୪ ଟାରୁ ପଞ୍ଜିକରଣ କରାଯାଇ ପାରିବ ବୋଲି କୁହାଯାଇଛି ।
Today, the Cabinet under the leadership of CM Uddhav Balasaheb Thackeray has decided to provide free COVID-19 vaccination to all the citizens of Maharashtra aged between 18-44years.#BreakTheChainpic.twitter.com/Kv1vIyVEow
— CMO Maharashtra (@CMOMaharashtra) April 28, 2021
ଅନ୍ୟପଟେ ଦେଶରେ ସଂକ୍ରମିତଙ୍କ ମଧ୍ୟରୁ ଏକ ବଡଭାଗ ମହାରାଷ୍ଟ୍ରରୁ ଆସୁଛି । ରାଜ୍ୟରେ ମଙ୍ଗଳବାର ଦିନ ୬୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୯୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।