କନକ ବ୍ୟୁରୋ : ମହାରାଷ୍ଟ୍ର ଭାରତୀୟ ଜନତା ପାର୍ଟିର ନେତା ତଥା ବିଧାୟକ ନିଲେଶ ରାଣେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଏଭଳି ସୂଚନା ଦେଇଛନ୍ତି ନିଲେଶ ରାଣେ । ନିଲେଶ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ବଡ ପୁଅ ।

Advertisment

ନିଲେଶ ରାଣେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି କି, ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଉଛନ୍ତି । ରାଜନୀତିରେ ରୁଚି ନଥିବା ଦର୍ଶାଇ ସେ ସନ୍ୟାସ ନେଉଥିବା କଥା କହିଛନ୍ତି । ସାଧାରଣ ଜନତାଙ୍କ ଉର୍ଦ୍ଦେଶ୍ୟରେ ସେ ଲେଖିଛନ୍ତି କି, ୨୦ ବର୍ଷ ଧରି ତାଙ୍କୁ ଯେଉଁ ଭଲପାଇବା ମିଳିଛି ସେନେଇ ସେ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ବିଜେପିକୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି ।

ନିଲେଶ ଆହୁରି ଲେଖିଛନ୍ତି କି, ‘ମୁଁ ଜଣେ ଛୋଟ ମଣିଷ ମାତ୍ର ରାଜନୀତିରୁ ବହୁତ କିଛି ଶିଖିଛି । ମୋତେ ଆଉ ନିର୍ବାଚନ ଲଢିବାକୁ ଭଲ ଲାଗୁନାହିଁ । ଲୋକମାନେ ବହୁତ କିଛି ଆଲୋଚନା କରିବେ, ହେଲେ ମୁଁ ସେମାନଙ୍କ ସମୟ ବରବାଦ କରିବାକୁ ଚାହୁଁନାହିଁ ’