କମିଗଲା ଫଡନବିସଙ୍କ ‘ପାୱାର’! ଆସ୍ଥା ପରୀକ୍ଷା ପୂର୍ବରୁ ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଦେବେନ୍ଦ୍ର ବି ଦେଇପାରନ୍ତି ଇସ୍ତଫା

818

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ନାଟକୀୟ ମୋଡ । ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର । ଆସ୍ଥା ପରୀକ୍ଷା ପୂର୍ବରୁ ଇସ୍ତଫା ଦେଲେ ଅଜିତ ପାୱାର । ତେବେ ଆସନ୍ତାକାଲି ଅପରାହ୍ଣ ୫ଟା ସୁଦ୍ଧା ଆସ୍ଥା ଭୋଟ ହେବ ବୋଲି ସୁପ୍ରିମକୋର୍ଟ ଧାର୍ଯ୍ୟ କରିବା ପରେ ଆଜି ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର ଇସ୍ତଫା ଦେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ସେ ନିଜର ଇସ୍ତଫା ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଫଡନବିସ ଆଜି ଅପରାହ୍ଣ ସାଢେ ୩ଟା ବେଳେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିନ କରିବେ । ଅଜିତ ପାଓ୍ଵାରଙ୍କ ଇସ୍ତଫା ପରେ ମହାରାଷ୍ଟ୍ରରେ ଗତ ଶନିବାର ଦିନ ଶପଥ ଗ୍ରହଣ କରିଥିବା ବିଜେପି ଓ ବିଦ୍ରୋହୀ ଏନସିପି ମେଣ୍ଟ ପ୍ରତି ବିପଦ ଘନେଇ ଆସିଛି ।

ଗତ ଶନିବାରଦିନ ଅଜିତ ପାଓ୍ଵାର ବିଜେପି ସହ ହାତ ମିଳାଇବା ପରେ ଏନସିପି ତରଫରୁ ତାଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦିଆଯାଇଥିଲା । ଏହା ସହିତ ଅଜିତଙ୍କ ସହିତ ଥିବା ବିଦ୍ରୋହୀ ବିଧାୟକମାନେ ପୁଣି ଏନସିପିକୁ ଫେରିଯିବା ପରେ ଅଜିତଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି ହୋଇଛି ।